ETV Bharat / bharat

ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ କଣ କହିଲେ ସାଂସଦ ଗୌତମ ଗମ୍ଭୀର? - ଦିଲ୍ଲୀ ବିଧାନସଭା

ବାଜିଲା ଦିଲ୍ଲୀ ବିଧାନସଭା ନିର୍ବାଚନ ବିଗୁଲ । ନିର୍ବାଚନକୁ ନେଇ ଚଳଚଞ୍ଚଳ ରାଜନୈତିକ ଶିବିର । ଏନେଇ କଣ କହୁଛନ୍ତି ବିଜେପି ସାଂସଦ ଗୌତମ ଗମ୍ଭୀର । ପଢନ୍ତୁ ଅଧିକ...

PHOTO
Gautam Gambhir
author img

By

Published : Jan 6, 2020, 6:12 PM IST

ନୂଆଦିଲ୍ଲୀ: ବାଜିଲା ଦିଲ୍ଲୀ ବିଧାନସଭା ନିର୍ବାଚନ ବିଗୁଲ । ସୋମବାର ଭାରତୀୟ ନିର୍ବାଚନ ଆୟୋଗ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ସହ ସମସ୍ତ ପ୍ରସ୍ତୁତି ମଧ୍ୟ ଗଣମାଧ୍ୟମ ସମ୍ମୁଖରେ ରଖିଛନ୍ତି । ଦିଲ୍ଲୀ ବିଧାନସଭା ପାଇଁ ତାରିଖ ଘୋଷଣା ହେବାପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ପୂର୍ବ ଦିଲ୍ଲୀ ସାଂସଦ ଗୌତମ ଗମ୍ଭୀର । ଗମ୍ଭୀର କହିଛନ୍ତି "ଦିନକୁ ଦିନ ଦିଲ୍ଲୀର ସ୍ଥିତି ଉଦବେଗ ଜନକ ହୋଇପଡୁଛି । ଯଦ୍ବାରା ବସବାସ କରିବା କଷ୍ଟଦାୟକ ହୋଇପଡୁଛି । ତେଣୁ ଆମେ ଦିଲ୍ଲୀରେ ପ୍ରଥମେ ବସବାସ ପାଇଁ ଭଲ ପରିବେଶ ଟିଏ ସୃଷ୍ଟି କରିବୁ" ।

ବାଜିଲା ଦିଲ୍ଲୀ ବିଧାନସଭା ବିଗୁଲ

"ଯେଉଁଠି ଦିଲ୍ଲୀବାସୀଙ୍କୁ ଉତ୍ତମ ମାନର ପାଣି ବାୟୁ ମିଳିପାରୁଥିବ । ଏହାସହ ଦିଲ୍ଲୀବାସୀଙ୍କ ଜୀବନଶୈଳୀକୁ ଆହୁରି ସରଳ ଓ ସୁଦୃଢ କରିବାକୁ ପ୍ରୟାସ କରିବୁ । ଗମ୍ଭୀର ପ୍ରତିଶୃତି ଦେଇଛନ୍ତି ଦିଲ୍ଲୀବାସୀଙ୍କୁ ପ୍ରଦେଶରେ ବିଜେପି ସରକାର ଆସିଲେ ସମସ୍ତ ଅଟକି ରହିଥିବା କାମ ଆରମ୍ଭ କରାଯିବ । ଏବଂ ଭବିଷ୍ୟତ ଦିଲ୍ଲୀପାଇଁ ଯୋଜନା ପ୍ରସ୍ତୁତ ହେବ "।

ଗମ୍ଭୀର ଆହୁରି କହିଛନ୍ତି "ଆମେ ଖୁବ ଉତ୍ସାହିତ ଅଛୁ ଏବଂ ଦଳର କାର୍ଯ୍ୟକ୍ରମ ଜାରି ରଖିଛୁ ମୋର ଦୃଢ ବିଶ୍ବାସ ଆମ ଦଳକୁ ଦିଲ୍ଲୀବାସୀ ସୁଯୋଗ ଦେବେ ତାଙ୍କ ସେବା କରିବାକୁ । ଏହାସହ ଆମର ବିଶ୍ବାସ ଫେବୃୟାରୀ 11ରେ ଦିଲ୍ଲୀରେ ବିଜେପି ସରକାର ପ୍ରତିଷ୍ଠା ହେବ । ବିଜେପି ଏକମାତ୍ର ଦଳ ଯାହା ପ୍ରତିଶୃତି ଦିଏ ତାହା ପାଳନ କରେ । ଯାହା ବିଗତ ଦିନରେ ଦେଶବାସୀ ଦେଖିଛନ୍ତି । ତେଣୁ ଏଥର ଦିଲ୍ଲୀରେ ବିଜେପିକୁ ଲୋକେ ଗ୍ରହଣ କରିବେ" ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ସୋମବାର ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ସମସ୍ତ 70ଟି ବିଧାନସଭା ଆସନରେ ଗୋଟିଏ ପର୍ଯ୍ୟାୟରେ ଫେବୃୟାରୀ 8ରେ ଭୋଟ ଗ୍ରହଣ ହେବ । ଫେବୃଆରୀ 11ରେ ଭୋଟ ଗଣନା ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.