ETV Bharat / bharat

ବାରଣାସୀରେ କ୍ଲୋରାଇନ୍ ଗ୍ୟାସ୍ ଲିକ, ଉଦ୍ଧାର କାର୍ଯ୍ୟ ଜାରି

ବାରଣାସୀର ଏକ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ଗ୍ୟାସ୍ ଲିକ । ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା ମଧ୍ୟ ଗ୍ୟାସ ଲିକ ଜାରି ରହିଛି । ସୂଚନା ପାଇବା ମାତ୍ରେ ଜିଲ୍ଲା ପ୍ରଶାସନ ଏବଂ ଏନଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି ଉଦ୍ଧାର କାର୍ଯ୍ୟ ଜୋରସୋର କରିଛନ୍ତି । ଅଧିକ ପଢନ୍ତୁ...

ବାରଣାସୀରେ କ୍ଲୋରାଇନ୍ ଗ୍ୟାସ୍ ଲିକ
ବାରଣାସୀରେ କ୍ଲୋରାଇନ୍ ଗ୍ୟାସ୍ ଲିକ
author img

By

Published : Aug 22, 2020, 10:46 PM IST

ଲୌକ୍ଷ୍ନ: ବାରଣାସୀ ସ୍ଥିତ ଦିନାପୁରର ଥିବା ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ଗ୍ୟାସ୍ ଲିକ । ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା ମଧ୍ୟ ଗ୍ୟାସ ଲିକ ଜାରି ରହିଛି। ସୂଚନା ପାଇବା ମାତ୍ରେ ଜିଲ୍ଲା ପ୍ରଶାସନ ଏବଂ ଏନଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି ଉଦ୍ଧାର କାର୍ଯ୍ୟ ଜୋରସୋର କରିଛନ୍ତି ।

ବାରଣାସୀରେ କ୍ଲୋରାଇନ୍ ଗ୍ୟାସ୍ ଲିକ
ବାରଣାସୀରେ କ୍ଲୋରାଇନ୍ ଗ୍ୟାସ୍ ଲିକ

କ୍ଲୋରାଇନ୍ ଗ୍ୟାସ୍ ଲିକ ହେତୁ କିଛି ଲୋକ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁଛନ୍ତି । ପରେ ଉଦ୍ଧାରକାରୀ ଟିମ୍ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଛି । ସେହିପରି ଜିଲ୍ଲା ପ୍ରଶାସନର କିଛି ଟିମ ଆଖପାଖ ଅଞ୍ଚଳରୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରୁଛି ।

ଏହି ଗ୍ୟାସ୍ ଲିକ୍ କିପରି ଘଟିଛି ତାହାର ସୂଚନା ବର୍ତ୍ତମାନ ସୁଦ୍ଧା ପହଁଚିପାରି ନାହିଁ । ଘଟଣାର ସୂଚନା ପାଇବା ପରେ ଦାୟିତ୍ବରେ ଥିବା ଅଧିକାରୀ ଏବଂ କର୍ମଚାରୀମାନେ ଘଟଣାସ୍ଥଳରେ ପହଁଚିଛନ୍ତି । ସେପଟେ ଗ୍ୟାସ୍ ଲିକ୍ ବନ୍ଦ କରିବାକୁ ଚେଷ୍ଟା ଜାରି ରଖିଛି ଟେକନିସିଆନ ଟିମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.