ETV Bharat / bharat

ଗାନ୍ଧୀ ବିଚାର: ପ୍ରକୃତିର ସୁରକ୍ଷା, ପରବର୍ତ୍ତୀ ପିଢିର ରକ୍ଷା - Gandhis views on environment

ମହାତ୍ମା ଗାନ୍ଧୀଙ୍କ ଜୀବନକାଳରେ ଜଳବାୟୁ ବରିପର୍ତ୍ତନ କିମ୍ବା ପରିବେଶ ବିପଦକୁ ନେଇ କୌଣସି ସମସ୍ୟା ନଥିଲା । ତଥାପି ସେ ଏକ ଅନୁକୂଳ ପରିବେଶ ଚାହୁଁଥିଲେ । ପରିବେଶର ସୁରକ୍ଷା ଏବଂ ପ୍ରତୃତିକୁ ବିନାଶରୁ ରକ୍ଷା କରିବା ପାଇଁ ପ୍ରତିବଦ୍ଧ ଥିଲେ ।

ଡିଜାଇନ ଫଟୋ
author img

By

Published : Sep 8, 2019, 6:30 AM IST

ହାଇଦ୍ରାବାଦ : ମହାତ୍ମା ଗାନ୍ଧୀ ପରିବେଶ ବିଷୟରେ ଖୁବ ଗଭୀର ଭାବେ ରଚନା କରିଛନ୍ତି। ସେ ଏପରି ଜୀବନ ଶୈଳୀକୁ ଅଭ୍ୟାସରେ ପରିଣତ କରିଥିଲେ, ଯେଉଁଥିରେ ପରିବେଶ ପ୍ରତି ଭାବନା ପ୍ରମୁଖ ରହିଥିଲା। ସେ 'ଆସ୍ଥାର ସିଦ୍ଧାନ୍ତ'କୁ ପ୍ରତିପାଦିତ କରିଥିଲେ, ଯାହା ଆମକୁ ଅର୍ଥାତ୍ ବର୍ତ୍ତମାନର ପିଢ଼ିକୁ ଏହି ଦାୟିତ୍ବ ଦେଇଛି ଯେ ଆମେ ନିଜ ଭବିଷ୍ୟତର ପିଢ଼ିକୁ ଏକ ସ୍ବଚ୍ଛ ପୃଥିବୀ ପ୍ରଦାନ କରିବା। ଯୁକ୍ତିସଂଗତ ଉପଯୋଗ ଲାଗି ଆହ୍ବନ ଦେଇଥିଲେ ଗାନ୍ଧୀ । ଯାହାଦ୍ବାରା ବିଶ୍ବକୁ ସମ୍ବଳ ଅଭାବର ସମ୍ମୁଖୀନ ହେବାକୁ ପଡ଼ିବନାହିଁ।

ମହାତ୍ମା ଗାନ୍ଧୀଙ୍କ ଜୀବନକାଳରେ ଜଳବାୟୁ ବରିପର୍ତ୍ତନ କିମ୍ବା ପରିବେଶ ବିପଦକୁ ନେଇ କୌଣସି ସମସ୍ୟା ନଥିଲା । ତେଣୁ ତାଙ୍କ ଚିନ୍ତାଧାରାରେ ଏହାର କିଛି ସ୍ପଷ୍ଟ ଉଲ୍ଲେଖ୍ୟ ରହିନାହିଁ । ତଥାପି ସେ ଏକ ଅନୁକୂଳ ପରିବେଶ ଚାହୁଁଥିଲେ । ପରିବେଶର ସୁରକ୍ଷା ଏବଂ ପ୍ରକୃତିକୁ ବିନାଶରୁ ରକ୍ଷା କରିବା ପାଇଁ ପ୍ରତିବଦ୍ଧ ଥିଲେ । ତେଣୁ ନିଜ ଅନୁଗାମୀ, ଖାସକରି ତାଙ୍କ ସହ ବିଭିନ୍ନ ଆଶ୍ରମରେ ସମୟ କଟାଉଥିବା ବ୍ୟକ୍ତି ମଧ୍ୟ ଏଥିପାଇଁ ପ୍ରତିଜ୍ଞାବଦ୍ଧ ହୁଅନ୍ତୁ ବୋଲି ଚାହୁଁଥିଲେ ଗାନ୍ଧୀ ।

ପ୍ରକୃତି ଆମକୁ ଯାହା ଦେଉଛି ପ୍ରକୃତିକୁ ଆମେ ତାହା ଫେରାଇବାକୁ ପଡିବ । ସମ୍ବଳକୁ ମହଜୁଦ କରି ରଖିଲେ ଏହାର ସଦୁପଯୋଗ ହୋଇପାରିବ ନାହିଁ । ବଂର ସମ୍ବଳର ସମବଣ୍ଟନ ହେବା ଆବଶ୍ୟକ ବୋଲି କହୁଥିଲେ ଗାନ୍ଧୀ। ଆଧୁନିକ ବିକାଶ ପାଇଁ ଲଗାତାର ବୃଦ୍ଧି ପାଉଥିବା ଇଚ୍ଛାଶକ୍ତି ଏବଂ ଆବଶ୍ୟକ ବିଶ୍ବ ପାଇଁ କ୍ଷତିକାରକ ସାବ୍ୟସ୍ତ ହେବ । ଭୌତିକ ସୁଖ, ଆରାମ ଦାୟକ ଜୀବନ ଏବଂ ଏହାର ନିରନ୍ତର ସନ୍ଧାନରେ ଲାଗିବା ଖରାପ ପ୍ରବୃତ୍ତି । ଅହିଂସା ଏବଂ ସରଳ ଜୀବନଶୈଳୀ ହିଁ ପୃଥୀବିକୁ ରକ୍ଷା କରିପାରିବ ବୋଲି ସେ କହୁଥିଲେ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଗାନ୍ଧୀଙ୍କ ଦୃଷ୍ଟୀକୋଣ ଅନୁଯାୟୀ, ମଣିଷକୁ ଲୋଭ ଏବଂ ଇଚ୍ଛା ଉପରେ ଅଙ୍କୁଶ ଲଗାଇବା ଉଚିତ । ବିକାଶର କେନ୍ଦ୍ରବିନ୍ଦୁ କେବଳ ସମାଜର ମୌଳିକ ଆବଶ୍ୟକତାକୁ ପୂରଣ କରିବା ହେବା ଉଚିତ । ଆଧୁନିକ ଶହରୀକରଣ ଏବଂ ଉଦ୍ୟୋଗିକ ସଭ୍ୟତା ବିନାଶର ମୂଳ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.