ETV Bharat / bharat

ଗାନ୍ଧୀ ପରିବାରକୁ ଆଉ ମିଳିବନି SPG ସୁରକ୍ଷା

ଗାନ୍ଧୀ ପରିବାରଠାରୁ ଏସପିଜି ସୁରକ୍ଷା ହଟାଇବାର ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମେତ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ମିଳୁଥିବା ଏସ୍‌ପିଜି ସୁରକ୍ଷାକୁ ଫେରାଇ ନିଆଯିବ ବୋଲି ଜଣାପଡିଛି ।

ଫାଇଲ ଫଟୋ
author img

By

Published : Nov 8, 2019, 4:42 PM IST

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରେ ଏବେ ଗାନ୍ଧୀ ପରିବାରଠାରୁ ଏସପିଜି ସୁରକ୍ଷା ହଟାଇବାର ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମେତ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସୁରକ୍ଷାର ସମୀକ୍ଷା କରାଯାଇ ସେମାନଙ୍କୁ ମିଳୁଥିବା ଏସ୍‌ପିଜି ସୁରକ୍ଷାକୁ ଫେରାଇ ନିଆଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । ତେବେ କଂଗ୍ରେସର ଏହି 3 ନେତାଙ୍କୁ ଏବେ Z+ ଶ୍ରେଣୀର ସୁରକ୍ଷା ପ୍ରଦାନ କରାଯିବ ।

Z+ ସୁରକ୍ଷା ଅଧିନରେ ସିଆରପିଏଫର କମାଣ୍ଡୋ ଗାନ୍ଧୀ ପରିବାର ସୁରକ୍ଷାରେ ନିୟୋଜିତ ହେବେ । ଗୃହମନ୍ତ୍ରାଳୟର ଉଚ୍ଚ ସ୍ତରୀୟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ତେବେ ସୁରକ୍ଷା ଏଜେନ୍ସିଙ୍କ ଠାରୁ ମିଳିଥିବା ଇନପୁଟ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି ।

ସୂଚନା ମୁତାବକ, ଦୀର୍ଘ କିଛି ସମୟ ହେଲା ଗାନ୍ଧୀ ପରିବାରକୁ ଆକ୍ରମଣ ନେଇ କୌଣସି ପ୍ରକାର ଧମକ କିମ୍ବା ଆଶଙ୍କା ପ୍ରକାଶ ପାଇନାହିଁ । ତେଣୁ ସରକାରଙ୍କ ପକ୍ଷରୁ ସେମାନଙ୍କୁ ମିଳୁଥିବା ଏସପିଜି ସୁରକ୍ଷାକୁ ହଟାଇବାର ନିଷ୍ପତ୍ତି ନିଆଯାଇଛି ।

ଏହା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଠାରୁ ମଧ୍ୟ ଏସ୍‌ପିଜି ସୁରକ୍ଷା ହଟାଇ ଦିଆଯାଇଥିଲା । ଗତ ସେପ୍ଟେମ୍ବରରେ ମନମୋହନଙ୍କ ନିକଟରୁ ଏହି ସୁରକ୍ଷା ହଟାଇ ଦିଆଯାଇ ତାଙ୍କୁ ଡାଉନ ଗ୍ରେଡ Z+ ଶ୍ରେଣୀର ସୁରକ୍ଷା ଦିଆଯାଇଥିଲା ।

Intro:Body:

ds

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.