ETV Bharat / bharat

ଏପ୍ରିଲ ସୁଦ୍ଧା 50 ପ୍ରତିଶତ ବଢିଛି ଗେମିଂ ଦ୍ବାରା ୱେବ ଆଟାକ - ଭାରତରେ ସାଇବର ଆଟାକ

ଭାରତରେ ଦିନକୁ ଦିନ ବଢିବାରେ ଲାଗିଛି ସାଇବର ଆଟକର ମାତ୍ରା । ଏହି କ୍ରମରେ ଏପ୍ରିଲା ମାସରେ ଗେମିଂ ଦ୍ବାରା ୱେବ ଆଟାକର ମାତ୍ରା 54 ପ୍ରତିଶତ ବଢିଥିବା ଦେଖାଯାଇଛି ।

web attck in india, cyber crime, cyber attck, cyber attack in india, cyber criminals in india, ଭାରତରେ ୱେବ ଆଟାକ, ସାଇବର କ୍ରାଇମ, ସାଇବର ଆଟାକ, ଭାରତରେ ସାଇବର ଆଟାକ, ଭାରତରେ ସାଇବର ଠକ
ଏପ୍ରିଲ ସୁଦ୍ଧା 50 ପ୍ରତିଶତ ବଢିଛି ଗେମିଂ ଦ୍ବାରା ୱେବ ଆଟାକ
author img

By

Published : Jun 19, 2020, 7:44 AM IST

ହାଇଦ୍ରାବାଦ: ଭାରତରେ ଦିନକୁ ଦିନ ବଢିବାରେ ଲାଗିଛି ସାଇବର ଆଟକର ମାତ୍ରା । ଏହି କ୍ରମରେ ଏପ୍ରିଲା ମାସରେ ଗେମିଂ ଦ୍ବାରା ୱେବ ଆଟାକର ମାତ୍ରା 54 ପ୍ରତିଶତ ବଢିଥିବା ଦେଖାଯାଇଛି । ଏହି ରିପୋର୍ଟ ମୁତାବକ ଗେମିଂ ଥିମର ବ୍ୟବହାର କରି ସାଇବର ଠକମାନେ ଆଟାକ କରୁଥିବା ଜଣା ପଡିଛି । ଏନେଇ ସୂଚନା ଦେଇଛି ସାଇବର ସିକ୍ୟୁରିଟି ସଂସ୍ଥା କାସପରସ୍କାଏ ।

ବର୍ତ୍ତମାନ ଭାରତରେ ଗେମିଂ ଆପ୍‌ର ଚାହିଦା ଓ ଗେମରଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଏହାର ଲାଭ ଉଠାଇଛନ୍ତି ସାଇବର ଠକ । ଏଥିପାଇଁ ଗେମରଙ୍କୁ ପ୍ରଲୋଭିତ କରିବା ପାଇଁ ଫେମସ ଗେମର ଫ୍ରି ଭର୍ସନ ଓ ଅନେକ ଅନ୍ୟ ଆକର୍ଷଣୀୟ ଅଫର ସହ ଆଡଭର୍ଟାଇଜର ବ୍ୟବହାର କରିଥାଆନ୍ତି ସାଇବର ଠକ ।

ତେବେ ଏହି ଲିଙ୍କ ଉପରେ କ୍ଲିକ କରିବା ଦ୍ବାରା ୟୁଜର୍ସ ଏକ ମାଲିସିଅସ ପେଡକୁ ରିଡାଇରେକ୍ଟ ହୋଇଥାଆନ୍ତି । ଏଠାରେ କେତେକ ଗୁପ୍ତ ସଫ୍ଟଓୟାରର ବ୍ୟବହାର କରି କ୍ରିପ୍ଟୋକରେନ୍ସି ଦ୍ବାରା ଗେମରଙ୍କଠାରୁ ପଇସା ଠକାଯାଇଥାଏ । ଏହାପଛରେ ଜଟିଳ ପ୍ରକ୍ରିୟା ରହିଥିବା ରିପୋର୍ଟରେ ପ୍ରକାଶ କରାଯାଇଛି । ତେବେ ବିଗତ କିଛି ମାସ ହେବ ବା ଲକଡାଉନ ସମୟରେ ଏହି ସଂଖ୍ୟା ବଢିଥିବା ଦେଖାଯାଇଥିବା କାସପରସ୍କାଏ ପ୍ରକାଶ କରିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.