ETV Bharat / bharat

‘କଂଗ୍ରେସ ହାଇକମାଣ୍ଡଙ୍କ ହାତେ ମେଣ୍ଟର ଭବିଷ୍ୟତ’

କଂଗ୍ରେସ- ଜେଡ଼ିଏସ ମେଣ୍ଟ ସଂକଟ ନେଇ ମତ ରଖିଲେ ପୂର୍ବ ପ୍ରଧାନମନ୍ତ୍ରୀ ତଥା ଜେଡ଼ିଏସ୍ ମୁଖ୍ୟ ଏଚ୍.ଡ଼ି ଦେବଗୌଡ଼ା । ଗଠବନ୍ଧନ ରହିବା ଓ ତୁଟିବା କଂଗ୍ରେସର କେନ୍ଦ୍ର ନେତୃତ୍ୟଙ୍କ ଉପରେ ନିର୍ଭର କରେ ବୋଲି ଦେଲେ ସ୍ପଷ୍ଟୀକରଣ ।

author img

By

Published : Jul 29, 2019, 8:36 PM IST

ଫାଇଲ ଫଟୋ

ବେଙ୍ଗାଲୁର: କଂଗ୍ରେସ ସହିତ ଆଗାମୀ ଦିନରେ ଜେଡ଼ିଏସର ମେଣ୍ଟ ରହିବ କି ତୁଟିବ, ତାହାକୁ ନେଇ ଜୋର ଧରିଛି ରାଜନୈତିକ ଚର୍ଚ୍ଚା । ଆଉ ଏହାରି ଭିତରେ ରବିବାର ମେଣ୍ଟ ସଙ୍କଟର ଖୁଲାସା କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡ଼ିଏସ୍ ମୁଖ୍ୟ ଏଚ୍.ଡ଼ି ଦେବଗୌଡ଼ା ।

ସେ ଆହୁରି କହିଛନ୍ତି, ଯଦି କଂଗ୍ରେସ ସହମତି ପ୍ରକାଶ କରେ ତେବେ ବିଧାନସଭାରେ ବିଧାୟକ ଦଳ ନେତା ସିଦ୍ଧରମୈୟା ହୋଇପାରିବେ । ଆମେ ଦଳ କୌଣସି ଆପତ୍ତି ମଧ୍ୟ ଉଠାଇବ ନାହିଁ । ପୁଅ ତଥା ପୂର୍ବ ମୁଖ୍ୟମନ୍ତ୍ରୀ ଏଚ୍.ଡ଼ି କୁମାରସ୍ବାମୀ ବିରୋଧିଦଳ ନେତା ହେବାର ନାହିଁ ବୋଲି କହିଛନ୍ତି ଦେବଗୌଡ଼ା ।

ସମ୍ବାଦିକଙ୍କ ପ୍ରଶ୍ନର ଜବାବରେ ସେ କହିଛନ୍ତି କଂଗ୍ରସର ସଭାପତି ରାହୁଲ ଗାନ୍ଧୀ ଓ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହ ଆଲୋଚନା ହୋଇ ରାଜ୍ୟରେ ଗଠବନ୍ଧନ ହୋଇଥିଲା । ତେଣୁ ବର୍ତ୍ତମାନ ପରିସ୍ଥିତିରେ ମେଣ୍ଟ ରହିବା ଏବଂ ତୁଟିବ କଂଗ୍ରେସ ହାଇକମାଣ୍ଡଙ୍କ ଉପରେ ନିର୍ଭର କରେ ବୋଲି କହିଛନ୍ତି ଜେଡ଼ିଏସ୍ ମୁଖ୍ୟ ।

Intro:Body:

TESTING

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.