ETV Bharat / bharat

ପବଜି ଖେଳି ନ ପାରି ଆତ୍ମହତ୍ୟା କଲେ ଛାତ୍ର - ପବଜି ନେଲା ଜୀବନ

ପବଜି ଗେମ ଖେଳି ନ ପାରି ଆତ୍ମହତ୍ୟା କଲେ ଆଇଟିଆଇ ଛାତ୍ର । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ....

Unable to play PUBG, 21-year-old ITI student kills himself in West Bengal
ପବଜି ଗେମ ଖେଳି ନ ପାରି ଆତ୍ମହତ୍ୟା କଲେ ଛାତ୍ର !
author img

By

Published : Sep 7, 2020, 9:21 AM IST

କୋଲକାତା: ପବଜି ନେଲା ଜୀବନ ! ପବଜି ଗେମ ଖେଳି ନ ପାରି ଆତ୍ମହତ୍ୟା କଲେ ଆଇଟିଆଇ ଛାତ୍ର । ଏଭଳି ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ନାଡିଆ ଜିଲ୍ଲାରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଚକଦାହା ଥାନା ଅଞ୍ଚଳର ପୂର୍ବା ଲାଲପୁରରେ ରହୁଥବା 21 ବର୍ଷିୟ ପ୍ରିତମ ଶୁକ୍ରବାର ଦିନ ଜଳଖିଆ କରି ନିଜ ରୁମକୁ ଯାଇଥିଲେ । ମାଆ ରତ୍ନା ଯେତେ ଡାକିଥିଲେ ମଧ୍ୟ କବାଟ ଖୋଲି ନଥିଲେ ପ୍ରୀତମ । ଫଳରେ ନିଜ ପଡୋଶୀଙ୍କୁ ଡାକିଥିଲେ ରତ୍ନା । ପଡୋଶୀ ଆସି କବାଟ ଭଙ୍ଗି ଦେଇଥିଲେ । ଆଉ ଦେଖିଥିଲେ ପ୍ରୀତମଙ୍କ ମୃତଦେହ ଫ୍ୟାନରେ ଝୁଲୁଛି । ଏନେଇ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ ।

ପବଜି ବ୍ୟାନ ହେବାରୁ ସେ ମାନସିକ ସ୍ତରରେ ଚାପରେ ରହୁଥିଲେ ବୋଲି ମୃତକଙ୍କ ମାଆ କହିଛନ୍ତି । ତେବେ, ପ୍ରୀତମଙ୍କ ବାପା ବିଶ୍ବଜିତ ହାଲଦାର ଜଣେ ଅବସର ପ୍ରାପ୍ତ ଯବାନ ବୋଲି ଜଣାପଡିଛି । ଗତ ବୁଧବାର ଦିନ କେନ୍ଦ୍ର ସରକାର ଏହି ଗେମକୁ ଭାରତରେ ବ୍ୟାନ କରିଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.