ETV Bharat / bharat

ଦିଲ୍ଲୀ ପୋଲିସକୁ ଦୁର୍ବ୍ୟବହାର କରି ସାମ୍ବାଦିକ ଗିରଫ - ସାମ୍ବାଦିକ ଗିରଫ

ସିଂଘୁ ସୀମାରେ ପୋଲିସକର୍ମୀଙ୍କୁ ଦୁର୍ବ୍ୟବହାର ଘଟଣା । ଗିରଫ ହୋଇଛନ୍ତି ଦିଲ୍ଲୀର ଜଣେ ଫ୍ରିଲାନ୍ସ ସାମ୍ବାଦିକ । ଅଧିକ ପଢନ୍ତୁ...

ଦିଲ୍ଲୀ ପୋଲିସକୁ ଦୁର୍ବ୍ୟବହାର କରି ସାମ୍ବାଦିକ ଗିରଫ

author img

By

Published : Jan 31, 2021, 3:36 PM IST

ନୂଆଦିଲ୍ଲୀ: ପୋଲିସକର୍ମୀଙ୍କୁ ଦୁର୍ବ୍ୟବହାର କରି ଗିରଫ ହୋଇଛନ୍ତି ଦିଲ୍ଲୀର ଜଣେ ଫ୍ରିଲାନ୍ସ ସାମ୍ବାଦିକ । ଦୀର୍ଘ 2 ମାସରୁ ଚାଷୀମାନେ ଆନ୍ଦୋଳନ କରୁଥିବା ସିଂଘୁ ସୀମାରେ ପୋଲିସକର୍ମୀଙ୍କୁ ଦୁର୍ବ୍ୟବହାର ଓ ପୋଲିସର କାର୍ଯ୍ୟରେ ବାଧା ଉପୁଜାଇଥିଲେ ସାମ୍ବାଦିକ ମନଦୀପ ପୁନିଆ ।

ପୋଲିସର ସୂଚନା ଅନୁଯାୟୀ, ପୁନିଆଙ୍କୁ ଶନିବାର ଗିରଫ କରାଯାଇଛି । ଏହାସହ ଆଇପିସି ଧାରା 186 ଓ 353 ଆଧାରରେ ଅଲିପୁର ଥାନାରେ ପୁନିଆଙ୍କ ବିରୋଧରେ ଏକ ଏତଲା ଦାଏର କରାଯାଇଛି ।

ଶୁକ୍ରବାର ଅଲିପୁର ଥାନାରେ କାର୍ଯ୍ୟରତ ଅଧିକାରୀ ପ୍ରଦୀପ ପାଲିୱାଲ ସିଂଘୁ ସୀମାରେ ହୋଇଥିବା ହିଂସା ଘଟଣାରେ ଆହତ ହୋଇଥିଲେ । ଗଣତନ୍ତ୍ର ଦିବସ ଅବସରରେ ଟ୍ରାକ୍ଟର ମାର୍ଚ୍ଚ ସମୟରେ ହୋଇଥିବା ହିଂସା ସତ୍ତ୍ବେ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ସିଂଘୁ ସୀମାରୁ ହଟିନଥିଲେ ଚାଷୀ । ତେବେ ଚାଷୀ ଆନ୍ଦୋଳନର ପ୍ରଦର୍ଶନ ସ୍ଥଳୀରେ ଶୁକ୍ରବାର ପୁଣି ଥରେ ହିଂସା ଉପୁଜିଥିଲା ।

ନିଜକୁ ସ୍ଥାନୀୟ ଅଧିବାସୀ କହୁଥିବା ଲୋକେ ଧାରଣାସ୍ଥଳରେ ପହଞ୍ଚି ରାସ୍ତା ଖାଲି କରିବାର ଦାବି କରିଥିଲେ । ତେବେ ସ୍ଥିତି ଅଣାୟତ୍ତ ହେବାରୁ ପୋଲିସକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡିଥିଲା । ଏହାରି ମଧ୍ୟରେ ପ୍ରଦର୍ଶନକାରୀଙ୍କ ଖଣ୍ଡା ଚୋଟରେ ଅଲୀପୁରର SHO ପ୍ରଦୀପ ପାଲୀୱାଲ ଆହତ ହୋଇଥିଲେ ।

ଚାଷୀଙ୍କ ପ୍ରଦର୍ଶନକୁ ଦେଖି ସିଂଘୁ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । 67 ଦିନରୁ ଏଠାରେ ଆନ୍ଦୋଳନ କରୁଛନ୍ତି ଚାଷୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.