ETV Bharat / bharat

ଆରପାରିରେ ଗୋଆ ବିଧାନସଭାର ପୂର୍ବତନ ବାଚସ୍ପତି ଅନନ୍ତ ସେଟ୍ - Goa Legislative Assembly and BJP leader Anant Shet

ପରଲୋକରେ ଗୋଆ ବିଧାନସଭାର ପୂର୍ବତନ ବାଚସ୍ପତି ତଥା ବିଜେପି ନେତା ଅନନ୍ତ ସେଟ୍ । ରବିବାର ସକାଳେ ଗୋଆ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସେ । ଅଧିକ ପଢନ୍ତୁ...

ପରଲୋକରେ ଗୋଆ ବିଧାନସଭାର ପୂର୍ବତନ ବାଚସ୍ପତି ଅନନ୍ତ ସେଟ୍

author img

By

Published : Aug 2, 2020, 12:49 PM IST

ପାନଜୀ:ପରଲୋକରେ ଗୋଆ ବିଧାନସଭାର ପୂର୍ବତନ ବାଚସ୍ପତି ତଥା ବିଜେପି ନେତା ଅନନ୍ତ ସେଟ୍ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର 59 ବର୍ଷ ବୟସ ହୋଇଥିଲା । ରବିବାର ସକାଳେ ଗୋଆ ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ।

ସେ ଜାନୁଆରୀ 12, 2016ରୁ ମାର୍ଚ୍ଚ 14, 2017 ପର୍ଯ୍ୟନ୍ତ ଗୋଆ ବିଧାନସଭାର ବାଚସ୍ପତି ଥିଲେ। ଏବଂ 2007ରୁ 2017 ପର୍ଯ୍ୟନ୍ତ ଉତ୍ତର ଗୋଆ ଜିଲ୍ଲାର ମାୟେମ୍ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ। ସେଟଙ୍କ ମୃତ୍ୟୁରେ ସମବେଦନା ଜଣାଇଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ। ଅନନ୍ତ ସେଟଙ୍କ ଅକାଳ ବିୟୋଗରେ ଚାରିଆଡ଼େ ଶୋକର ଛାୟା ଖେଳି ଯାଇଛି । ସେ ଜଣେ ଅତି ନମ୍ର ଓ ପରୋପକାରୀ ଥିଲେ । ତାଙ୍କର ସମାଜ ପ୍ରତି ଥିବା ଅବଦାନ ସର୍ବଦା ସ୍ମରଣୀୟ ରହିବ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି । ଏନେଇ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ନରେନ୍ଦ୍ର ସାୱାଇକର ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିବା ସହ ଟୁଇଟ୍‌ରେ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହାସହ ବିରୋଧୀ ଦଳର ନେତା ଦିଗମ୍ବର କାମାତାଲସୋ ମଧ୍ୟ ସମବେଦନା ଜଣାଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.