ETV Bharat / bharat

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ: ସିଏମ୍‌ ରେସକୁ ପୁଣି ଫେରିବା ନେଇ ବିଜେପିର ସଙ୍କେତ

author img

By

Published : Nov 12, 2019, 11:34 PM IST

Updated : Dec 3, 2019, 7:48 AM IST

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି । ଦେବେନ୍ଦ୍ର ଫଡନାଭିସ ପୁଣି ଥରେ ବିଜେପି ସରକାର ଗଠନ ନେଇ ପରୋକ୍ଷରେ ଇସାରା ଦେଇଛନ୍ତି । ଅଧିକ ପଢନ୍ତୁ...

former-maharashtra-cm-devendra-fadnavis-in-a-press-note-after-presidents-rule
ଡିଜାଇନ ଫଟୋ

ମୁମ୍ବାଇ: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ପରେ ରାଜନୀତି ପୂର୍ବାପେକ୍ଷା ଅଧିକ ମାତ୍ରାରେ ଉଗ୍ର ରୂପ ଧାରଣ କରିଛି । ସରକାର ଗଠନକୁ ନେଇ ଛାୟା ଯୁଦ୍ଧ ଜାରି ରହିଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ରେସରୁ ପ୍ରଥମେ ହାତ ଟେକିଥିବା ବିଜେପି ଏବେ ପୁଣି ଥରେ କ୍ରିୟାଶୀଳ ହୋଇଛି । ବିଜେପି ମୁଣ୍ଡିଆଳ କ୍ଷମତା ଦଖଲ କରିବା ସହ ପୁଣିଥରେ ସିଏମ୍‌ ରେସ୍‌ ଟ୍ରାକକୁ ଫେରିବା ନେଇ ଆଭାସ ଦେଇଛନ୍ତି।

President's rule in Maharashtra
ଫଟୋ ସୌଜନ୍ୟ: ଏଏନଆଇ

ମଙ୍ଗଳବାର ରାଜ୍ୟରା ରାଷ୍ଟ୍ରପତି ଶାସନ ଜାରି ହେଲା ପରେ ଘନଘନ ପ୍ରେସ୍‌ କନଫରେନ୍ସ, ତୁହାକୁ ତୁହା ବୟାନବାଜି, ସରକାର ଗଠନ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି 4 ପ୍ରମୁଖ ଦାବିଦାର ଦଳ । ଏପରିସ୍ଥଳେ ବିଜେପି ସିଏମ୍‌ ରେସ୍‌ରେ ପୁଣି ଥରେ ସାମିଲ ହେବା ପାଇଁ ସଙ୍କେତ ଦେଇଛି । ଦଳର ବରିଷ୍ଠ ନେତାଙ୍କ ବୟାନ ହିଁ ଏହାକୁ ସ୍ପଷ୍ଚ କରୁଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ସୁଧୀର ମୁଙ୍ଗାତିଓ୍ଵାର, ନାରାୟଣ ରାଣେ ବଡ ବୟାନ ଦେଇଛନ୍ତି।

President's rule in Maharashtra
ଫଟୋ ସୌଜନ୍ୟ: ଏଏନଆଇ

ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି ଯେ, ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ରାଜ୍ୟକୁ ଖୁବ୍‌ ଶୀଘ୍ର ଏକ ସ୍ଥିର ସରକାର ମିଳିବା ଆଶା ରହିଛି ବୋଲି ସେ କହିଛନ୍ତି । ଅନ୍ୟପଟେ ବିଜେପି ନେତା ସୁଧୀର ମୁଙ୍ଗାତିୱାର ମହାରାଷ୍ଟ୍ରରେ ବିଜେପି ସରକାର ଗଢିବା ପାଇଁ ପ୍ରୟାସ କରିବ ।

ଏହି ବୟାନ ବାଜି ମୈଦାନକୁ ଆଶ୍ଚର୍ଯ୍ୟଜନକ ମତ ନେଇ ଡେଇଁଛନ୍ତି ବିଜେପି ନେତା ନାରାୟଣ ରାଣେ । ସେ ଦୃଢୋକ୍ତି ପ୍ରକାଶ କରି ରାଜ୍ୟରେ ବିଜେପି ସରକାର ଗଠନ କରିବ। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଆଗାମୀ ଦିନରେ ବିଜେପି ରାଜ୍ୟପାଳଙ୍କ ପାଖକୁ 145 ସଂଖ୍ୟା ସହ ଯିବ ଓ ସରକାର ଗଠନ କରିବା ପାଇଁ ଦାବି କରିବ।

Intro:Body:

BLANK FOR LINK 

Conclusion:
Last Updated : Dec 3, 2019, 7:48 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.