ETV Bharat / bharat

ସରକାରୀ ବାସଭବନ ଖାଲି କଲେ ସୁଷମା - residence

ସରକାରୀ ବାସଭବନ ଖାଲି କଲେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ । ବର୍ତ୍ତମାନଠାରୁ ତାଙ୍କୁ ପୁରୁଣା ଠିକଣାରେ ଯୋଗାଯୋଗ ନକରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଫାଇଲ ଫଟୋ
author img

By

Published : Jun 29, 2019, 10:15 PM IST

ନୂଆଦିଲ୍ଲୀ: ନୂଆ ସରକାରର ଶପଥ ଗ୍ରହଣର ମାସକ ମଧ୍ୟରେ ସରକାରୀ ବାସଭବନ ଖାଲି କଲେ ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜ । ଏନେଇ ସେ ନିଜେ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି । ଦିଲ୍ଲୀର ୮ ସଫଦରଜଙ୍ଗ ସ୍ଥିତ ନିଜ ବାସଭବନକୁ ଖାଲି କରିଦେଇଥିବା ସେ ନିଜ ଟ୍ବିଟରେ ଲେଖିଛନ୍ତି । ତେବେ ବର୍ତ୍ତମାନଠାରୁ ଏହି ଠିକଣାରେ ତାଙ୍କ ସହ ଯୋଗାଯୋଗ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ତେବେ ସୁଷମାଙ୍କ ଏହି ପଦକ୍ଷେପ ପାଇଁ ସୋସିଆଲ ମିଡିଆରେ ତାଙ୍କୁ ଖୁବ୍‌ ପ୍ରଶଂସା କରାଯାଉଛି ।

ତେବେ ସରକାରୀ ବାସଭବନ ଖାଲି କରିବା ନେଇ ଗୋଟିଏ ପଟେ ନେତାମନ୍ତ୍ରୀ କୋର୍ଟଙ୍କ ଦ୍ବାରସ୍ଥ ହେଉଥିବା ବେଳେ ସୁଷମା ସ୍ବରାଜ ବିନା କିଛି ନୋଟିସରେ ବାସଭବନ ଖାଲି କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ଚଳିତ ଥର ସୁଷମା ନିର୍ବାଚନ ନ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ । ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ ମଧ୍ୟ ନ ରହିବାକୁ ନିଷ୍ପତ୍ତି ନେଇଥିଲେ । ମୋଦି ତାଙ୍କ ସ୍ଥାନରେ ଏସ. ଜୟଶଙ୍କରଙ୍କୁ ବିଦେଶ ମନ୍ତ୍ରାଳୟର ଦାୟିତ୍ବ ଦେଇଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.