ଚଣ୍ଡିଗଡ: ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ପରେ ଏବେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ହୁଡାଙ୍କ ମୁଣ୍ଡ ଉପରେ ଇଡିର ଖଣ୍ଡା ଝୁଲୁଛି । ହୁଡାଙ୍କ ଅଡୁଆ ବଢାଇଦେଇଛି ଇଡି । ଭୁପିନ୍ଦର ସିଂହ ହୁଡା ପଞ୍ଚକୁଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସ୍ବତନ୍ତ୍ର ଅଦାଲତରେ ହାଜର ହୋଇଛନ୍ତି । ଜମି ଦୁର୍ନିତୀ ମାମଲାରେ ହୁଡା ଇଡି ଆଗରେ ହାଜର ହୋଇଥିବା ନେଇ ଜଣାପଡିଛି ।
ଏଜେଏଲ ଫ୍ଲାଟ ଆବଣ୍ଟନ ଓ ମାନେସର ଜମି ଘୋଟାଲା ମାମଲାରେ ବୁଧବାର ସ୍ବତନ୍ତ୍ର ଅଦାଲତରେ ଶୁଣାଣି ଅଛି । କୋର୍ଟ ଭୁପିନ୍ଦର ସିଂହ ହୁଡା ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ।