ନୂଆଦିଲ୍ଲୀ: ଗୁରୁବାର ରାଜ୍ୟସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିବେ ଦେଶର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ ଗୋଗୋଇଙ୍କୁ ମାର୍ଚ୍ଚ 16ରେ ରାଜ୍ୟସଭା ସଦସ୍ୟ ପାଇଁ ମନୋନୀତ କରିଥିଲେ । ମନୋନୀତ ହେବାପରେ ବୁଧବାର ଶପଥ ଗ୍ରହଣ କରିବେ ବୋଲି ଆଲୋଚନା ହେଉଥିଲା । ତେବେ ଗୁରୁବାର ପୂର୍ବାହ୍ନ 11 ଟାରେ ରାଜ୍ୟସଭାରେ ଶପଥପାଠ କରିବେ ଜଷ୍ଟିସ ଗୋଗୋଇ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ