ETV Bharat / bharat

ତାବଲିଗି ଜମାତ ସହ ଜଡିତ ବିଦେଶୀ ବିନା ଅନୁମତିରେ ଛାଡିପାରିବେନି ଭାରତ - ତାବଲିଗି ଜମାତ ସହ ଯୋଡିକ ବିଦେଶୀଙ୍କ ଉପରେ କଡା ନଜର

ତାବଲିଗି ଜମାତ ସହ ଜଡିତ କୌଣସି ବିଦେଶୀ ବିନା ଅନୁମତିରେ ଭାରତ ଛାଡିପାରିବ ନାହିଁ । ନିର୍ଦ୍ଦଶ ଦେଇଛନ୍ତି ଦିଲ୍ଲୀ ପୋଲିସ କିମିଶନର ଏସ.ଏନ. ଶ୍ରୀବାସ୍ତବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ତାବଲିଗି ଜମାତ ସହ ଯୋଡିକ ବିଦେଶୀ ବିନା ଅନୁମତିରେ ଛାଡିପାରିବେନି ଭାରତ

author img

By

Published : Apr 17, 2020, 6:57 PM IST

ନୂଆଦିଲ୍ଲୀ: ତାବଲିଗି ଜମାତ ସହ ଜଡିତ କୌଣସି ବିଦେଶୀ ବିନା ଅନୁମତିରେ ଭାରତ ଛାଡିପାରିବ ନାହିଁ । ଦିଲ୍ଲୀ ପୋଲିସ କମିଶନର ଏସ.ଏନ. ଶ୍ରୀବାସ୍ତବ ଏପରି ନିର୍ଦ୍ଦେଶ ଦେଇଛନ୍ତି । ଧାର୍ମିକ ସମୂହ ବିରୋଧରେ ରୁଜୁ ହୋଇଥିବା ଏକ ମାମଲା ସହ ଜଡିତ ନିଜର ୟୁନିଟ ପ୍ରମୁଖଙ୍କୁ ଏହାର ନିର୍ଦ୍ଦେଶ ଦେଇଛନ୍ତି । ସମୂଦାୟ 1,306 ବିଦେଶୀ ନାଗରିକ ତାବଲିଗି ଜମାତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ 250 ଜଣ ଦିଲ୍ଲୀରୁ ଧରାପଡିଛନ୍ତି ।

ଶ୍ରୀବାସ୍ତବ ଗତ ସପ୍ତାହରେ ଦିଲ୍ଲୀ ପୋଲିସର ବିଭିନ୍ନ ପୋଲିସ ସେବା ଏବଂ ଆପିଏସ ଅଫିସରଙ୍କ ସହ ବୈଠକ କରି ଏଭଳି ନିର୍ଦ୍ଦେଶ ଜରି କରିଥିଲେ । ସେ କହିଥିଲେ ଯେଉଁ ବିଦେଶୀଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି ଏବଂ ଯିଏ ମର୍କଜ ସହ ଜଡିତ ଅଛନ୍ତି ସେମାନେ ଯାଞ୍ଚ ଟିମର ବିନା ଅନୁମତିରେ ଭାରତ ଛାଡିପାରିବେ ନାହିଁ । ସେପଟେ କ୍ରାଇମ ବ୍ରାଞ୍ଚଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଯେ ଉକ୍ତ ବିଦେଶୀଙ୍କଠାରୁ ଯାତ୍ରା ଦସ୍ତାବିଜ ଏଭଂ ଅନ୍ୟାନ୍ୟ ପ୍ରମାଣପତ୍ର ଜବତ କରିବେ ।

ଆମେରିକା, ଫ୍ରାନ୍ସ ଏବଂ ଇଟାଲୀ ସମେତ ଅନ୍ୟ ଦେଶର 1,306 ତାବଲିଗି ଜମାତ କାର୍ଯ୍ୟକର୍ତ୍ତାମାନେ ଦିଲ୍ଲୀର ନିଜାମୁଦ୍ଦିନରେ ଆୟୋଜିତ ଏକ ବଡ କାର୍ଯ୍ୟାନୁଷ୍ଠାନରେ ଯୋଗ ଦେଇଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶରେ ଗୃହ ମନ୍ତ୍ରଣାଳୟ ପର୍ଯ୍ୟଟନ ଭିଜାରେ ଭାରତ ଆସିଥିବା 960 ବିଦେଶୀଙ୍କୁ ତାବଲିଗି ଜମାତର ଗତିବିଧିରେ ସାମିଲ ହେବା କାରଣରୁ ସେମାନଙ୍କୁ କଳା ତାଲିକାରେ ରଖାଯାଇଥିଲା ।

ବୈଦେଶିକ ଅଧିନିୟମ 1946 ଏବଂ ବିପର୍ଯ୍ୟୟ ପରିଚାଳନା ଅଧିନିୟମ 2005 ର ସମ୍ପୃକ୍ତ ବିଭାଗ ଅନୁଯାୟୀ ଏହିପରି ସମସ୍ତ ଉଲ୍ଲଂଘନକାରୀଙ୍କ ବିରୋଧରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରାଳୟ ପକ୍ଷରୁ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ ପୋଲିସ ତାବଲିଗି ଜମାତ ମର୍କଜର ପ୍ରମୁଖ ମହମ୍ମଦଙ୍କ ସମେତ 7 ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ।

@IANS

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.