ନୂଆଦିଲ୍ଲୀ: ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ମାତୃ ବିୟୋଗ ଘଟିଛି । ଏନେଇ ସେ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି ।
ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ମାତା ସୁଲୋଚନା ସୁବ୍ରମଣ୍ୟମଙ୍କ ଶନିବାର ସନ୍ଧ୍ୟାରେ ଦେହାନ୍ତ ହୋଇଛି । ଗତ କିଛି ଦିନ ହେଲା ସେ ଶଯ୍ୟାସାୟୀ ଥିଲେ । ଅସୁସ୍ଥତା ସମୟରେ ତାଙ୍କୁ ସମର୍ଥନ କରିଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ଜୟଶଙ୍କର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ