ନୂଆଦିଲ୍ଲୀ: ପିଏମଙ୍କୁ କାଉଣ୍ଟର କରିବାକୁ ମୋଦିଙ୍କ ରାସ୍ତାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମନ କି ବାତ’କୁ ଟକ୍କର ଦେବ ପୋଡକାଷ୍ଟ । ଖୁବଶୀଘ୍ର ପୋଡକାଷ୍ଟିଂ କୁ ଆପଣାଇ ପାରନ୍ତି ରାହୁଲ ଗାନ୍ଧୀ ।
ଦେଶ ତଥା ବିଶ୍ବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ଶୀର୍ଷରେ ପହଞ୍ଚିଛି । ଦେଶବାସୀଙ୍କ ନିକଟରେ ଆହୁରି ନିକଟତର ହେବାକୁ ପିଏମକଙ୍କ ‘ମନ କି ବାତ’ । ଏହା ଏକ ରେଡିଓ ପ୍ରୋଗ୍ରାମ ହୋଇଥିବାବେଳେ, ଦେଶବାସୀଙ୍କ ସହ ସିଧାସଳଖ ଯୋଡି ହୋଇଛନ୍ତି ମୋଦି । ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରୋଗାମକୁ କାଉଣ୍ଟର କରିବାକୁ ପୋଡକାଷ୍ଟିଂରେ ଆସିବେ ରାହୁଲ ।
ଏହି ସୂଚନା କଂଗ୍ରେସ କାର୍ଯ୍ୟାଳୟରେ ଜଣେ ଅଧିକାରୀ ନିଜ ପରିଚୟକୁ ଗୋପନ ରଖି ଦେଇଛନ୍ତି । ସେ କହିଛନ୍ତି, ଏନେଇ ଯୋଜନା କରାଯିବା ସହ ବିଶେଷଜ୍ଞ ସହ ଆଲୋଚନା କରାଯାଉଛି । ଏହା ଚୂଡାନ୍ତ ହୋଇଯିବା ପରେ ପ୍ରଧାନମନ୍ତ୍ରୀଙ୍କ ରେଡିଓ ପ୍ରୋଗାମକୁ କଡା ଟକ୍କର ଦେଇପାରିବ । ପୋଡକାଷ୍ଟ ହେଉଛି ଏକ ଅଡିଓ ମେସେଜ ତଥା କୌଣସି ଏକ ବିଷୟରେ ଆଲୋଚନାକୁ ଟିଜିଟାଲ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇବ ।
ସୂଚନାଯୋଗ୍ୟ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ନିକଟରେ ଏକ ୟୁଟ୍ୟୁବ ଚ୍ୟାନେଲ ଲଞ୍ଚ କରିଥିଲେ । ଏଥିରେ ଲକଡାଉନ ଅବଧି ଉପରେ ପ୍ରଚାର କରିଥିଲା । ଏହାକୁ 294,000 ଜଣ ସବସ୍କ୍ରାଇବ କରିଛନ୍ତି । ପ୍ରବାସୀ ଶ୍ରମିକଙ୍କ ସହ ଆଲୋଚନାକୁ ରେ 752,000 ଜଣ ୟୁଟ୍ୟୁବ ୟୁଜର୍ସ ଦେଖିଥିଲେ ।
ପିଏମ ମୋଦିଙ୍କ ୟୁଟ୍ୟୁବ ଚ୍ୟାନେଲକୁ 6.45 ମିଲିଅନ ସବସ୍କ୍ରାଇବ କରିଛନ୍ତି । 57.9 ମିଲିୟନ ଟ୍ବିଟରରେ ଫୋଲୟର୍ସ ଓ 45 ମିଲିୟନ ଫେସବୁକରେ । ରାହୁଲ ଗାନ୍ଧୀଙ୍କ ଟ୍ବିଟରରେ 14.4 ମିଲିୟନ ଫଲୋୟର୍ସ ଥିବାବେଳେ ଫେସବୁକରେ 3.2 ମିଲିୟନ ରହିଛି ।