ETV Bharat / bharat

ଖାଦ୍ୟ ବିତରଣ କ୍ଷେତ୍ରରେ ଅଭିବୃଦ୍ଧି ହାର ବଢିବାରେ ଲାଗିଛି: ଜୋମାଟୋ

ଜୋମାଟୋ ପ୍ରତିଷ୍ଠାତା ତଥା ସିଇଓ ଦୀପିନ୍ଦର ଗୋଏଲ ବୁଧବାର କହିଛନ୍ତି ଯେ ଭାରତରେ ଖାଦ୍ୟ ବିତରଣ ବିଭାଗରେ ସାମଗ୍ରିକ ମୋଟ ବାଣିଜ୍ୟ ମୂଲ୍ୟ 85 ପ୍ରତିଶତରୁ ଅଧିକ ପୁନରୁଦ୍ଧାର ହାର ରହିଛି ।

ଜୋମାଟୋ
ଜୋମାଟୋ
author img

By

Published : Sep 23, 2020, 5:56 PM IST

ନୂଆଦିଲ୍ଲୀ: ଜୋମାଟୋ ପ୍ରତିଷ୍ଠାତା ତଥା ସିଇଓ ଦୀପିନ୍ଦର ଗୋଏଲ ବୁଧବାର କହିଛନ୍ତି ଯେ ଭାରତରେ ଖାଦ୍ୟ ବିତରଣ ବିଭାଗରେ ସାମଗ୍ରିକ ମୋଟ ବାଣିଜ୍ୟ ମୂଲ୍ୟ 85 ପ୍ରତିଶତରୁ ଅଧିକ ପୁନରୁଦ୍ଧାର ହାର ରହିଛି । ଗୋଏଲ ଏକ ବ୍ଲଗ୍ ପୋଷ୍ଟରେ କହିଛନ୍ତି ଯେ ଖାଦ୍ୟ ବିତରଣ କ୍ଷେତ୍ର ଦେଶର କୋଭିଡ-19 ସମୟରେ ପୁନରୁଦ୍ଧାର ହୋଇପାରିଛି ଏବଂ ବୃଦ୍ଧି ପାଇଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଦିଲ୍ଲୀ ଏବଂ ମୁମ୍ବାଇରେ 95 ପ୍ରତିଶତ ପୁନରୁଦ୍ଧାର ହାର ରହିଛି । ବେଙ୍ଗାଲୁରୁ, ହାଇଦ୍ରାବାଦ, ଚେନ୍ନାଇ ପ୍ରାୟ 80 ପ୍ରତିଶତ ରହିଛି। କୋଲକାତା, ପାଟନା, ଜାମସେଦପୁର, ରାଞ୍ଚି, ଏବଂ ସିଲିଗୁରି ଭଳି କେତେକ ସହରରେ ଏହା ସମ୍ପୁର୍ଣ୍ଣ ଭାବେ କାର୍ଯ୍ୟକାରୀ ହେଉଛି ।

ଗ୍ରାହକମାନେ ବର୍ତ୍ତମାନ ଅନଲାଇନ୍ ଖାଦ୍ୟ ବିତରଣ ଉପରେ ନିର୍ଭର କରୁଛନ୍ତି । କୋଲକାତା ଭଳି କେତେକ ସହର ଅଧିକରୁ ଅଧିକ ଗ୍ରାହକ ଅନଲାଇନରେ ଅର୍ଡର କରୁଛନ୍ତି । ଗୋଏଲ କହିଛନ୍ତି ଯେ ଚାଲିଥିବା ଆଇପିଏଲ୍ ସମୟରେ ଲୋକେ ଘରେ ବସି ନିଜ ପରିବାର ସହ ଖାଦ୍ୟ ଉପଭୋଗ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.