ETV Bharat / bharat

ଲକଡାଉନ ଟିପ୍ସ: ନିଜକୁ ଡାକ୍ତର ଭାବନ୍ତୁ ନାହିଁ

ନିଜ ଇଚ୍ଛାନୁସାରେ ଔଷଧ ଗ୍ରହଣ କରନ୍ତୁନି । କିଛି ବି ରୋଗର ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ସହ ସଙ୍ଗେ ସଙ୍ଗେ ପରାମର୍ଶ କରନ୍ତୁ । ଅଧିକ ପଢନ୍ତୁ...

author img

By

Published : Apr 12, 2020, 7:03 AM IST

ଲକଡାଉନ ଟିପ୍ସ: ନିଜକୁ ଡାକ୍ତର ଭାବନ୍ତୁ ନାହିଁ
ଲକଡାଉନ ଟିପ୍ସ: ନିଜକୁ ଡାକ୍ତର ଭାବନ୍ତୁ ନାହିଁ

ହାଇଦ୍ରାବାଦ: ବିଶ୍ବରେ କୋରୋନା ନିଜର କାୟା ବିସ୍ତାର କରିଛି । ସବୁଦିନ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । କୋଭିଡ-19 ଡର ଏବେ ସମସ୍ତଙ୍କ ମନରେ ଲାଗିରହିଛି । କେତେବେଳେ କାହାକୁ ଏହି ଭୂତାଣୁ ଆକ୍ରମଣ କରିବ ତାହାକୁ ନେଇ ସମସ୍ତେ ଭୟଭୀତ ।

ତେବେ ଏପରି ସମୟରେ ନିଜକୁ ଡାକ୍ତର ଭାବନ୍ତୁ ନାହିଁ । ଅନେକ ଲୋକ ଅଛନ୍ତି କିଛି ରୋଗ ହେଲେ ନିଜ ଇଚ୍ଛାନୁସାରେ ଔଷଧ ଖାଇଦିଅନ୍ତି । ସାମାନ୍ୟ ଥଣ୍ଡା, ଜ୍ବରର ଦଶ ପ୍ରକାର ଔଷଧ ରଖିଥାନ୍ତି । ସେସବୁକୁ ନିଜେ ଖାଇବା ସହ ଅନ୍ୟକୁ ପରାମର୍ଶ ଦିଅନ୍ତି । ହେଲେ ଏପରି ସମୟରେ ନିଜକୁ ଡାକ୍ତର ଭାବିବା ଜମାରୁ ଉଚିତ ନୁହେଁ । କିଛି ବି ସମସ୍ୟା ଦେଖାଦେଲେ ତାହାକୁ ସାମାନ୍ୟ ଭାବିବା ବଡ ବିପଦ ଆଣିପାରେ । ଏହାକୁ ହେୟଜ୍ଞାନ ନକରି ଡାକ୍ତରଙ୍କୁ ଦେଖାଇ ଦିଅନ୍ତୁ । ତାଙ୍କ ପରାମର୍ଶ ଅନୁସାରେ ଔଷଧ ଖାଆନ୍ତୁ ।

ନିଜ ଇଚ୍ଛାନୁସାରେ ଔଷଧ ଗ୍ରହଣ କରନ୍ତୁନି । କିଛି ବି ରୋଗର ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ସହ ସଙ୍ଗେ ସଙ୍ଗେ ପରାମର୍ଶ କରନ୍ତୁ । କୌଣସି ଅପରେସନ କିମ୍ବା ସର୍ଜରୀ କରିବାର ଥିଲେ ଏବେ ପାଇଁ ସ୍ଥଗିତ ରଖନ୍ତୁ । ଜରୁରୀ ନଥିଲେ ଏବେ ତାହା କରନ୍ତୁ ନାହିଁ । କାରଣ କୌଣସି ଉପାୟରେ ମଧ୍ୟ ସଂକ୍ରମିତ ହେବାର ଆଶଙ୍କା ରହିଛି । ଘର ପରିଷ୍କାର ରଖନ୍ତୁ । ସୁସ୍ଥ ଓ ସତେଜ ରହନ୍ତୁ । ଏହାସହ ସରକାରଙ୍କ ଗାଇଡଲାଇନ ମାନନ୍ତୁ ।

ସାମାଜିକ ଦୂରତା ନିହାତି ଆବଶ୍ୟକ । ସମସ୍ତଙ୍କଠାରୁ ଏକ ମିଟର ଦୂରତା ବଜାୟ ରଖନ୍ତୁ । ଏହାସହ ଯଦି ଥଣ୍ଡା, ଜ୍ବର କିମ୍ବା କାଶ ହେଉଛି ତେବେ ବାହାରକୁ ନବାହାରି ଘରେ ଏକା ରହନ୍ତୁ । କାହାରି ସହ ହାତ ମିଳାଇବା କିମ୍ବା ଆଲିଙ୍ଗନ କରିବା ଅନୁଚିତ । ନିଜ ହାତ, ମୁହଁ, ଜିଭ, ନାକକୁ ପରିଷ୍କାର ରଖିବା ବାରମ୍ବାର ଛୁଅଁନ୍ତୁ ନାହିଁ । କାଶିବା, ଛିଙ୍କିବାବେଳେ ମୁହଁ କଭର କରିବା ସହ ହାତ ଧୁଅନ୍ତୁ । ଘରୋଇ ଖାଦ୍ୟ ଖାଆନ୍ତୁ ଓ ତେଲ, ମସଲାର କମ ବ୍ୟବହାର କରନ୍ତୁ । ପ୍ରବଳ ପାଣି ଓ ଫଳରସ ପିଅନ୍ତୁ । ଯୋଗ ଓ ବ୍ୟୟାମ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.