ETV Bharat / bharat

କୁହୁଡିରେ ଧୂଆଁମୟ ରାଜଧାନୀ ଦିଲ୍ଲୀ

author img

By

Published : Jan 10, 2021, 2:56 PM IST

କୁହୁଡିର ଆସ୍ତରଣରେ ଧୂଆଁମୟ ଜାତୀୟ ରାଜଧାନୀ ଦିଲ୍ଲୀ । 100ମିଟର ପର୍ଯ୍ୟନ୍ତ କିିଛି ଦୃଶ୍ୟମାନ ହେଉନାହିଁ । ଅଧିକ ପଢନ୍ତୁ...

କୁହୁଡି ବଳୟରେ ଦିଲ୍ଲୀ
କୁହୁଡି ବଳୟରେ ଦିଲ୍ଲୀ

ନୂଆଦିଲ୍ଲୀ: କୁହୁଡିରେ ଧୂଆଁମୟ ହୋଇଛି ରାଜଧାନୀ ଦିଲ୍ଲୀର ଅଧା ଅଞ୍ଚଳ । ରବିବାର ସକାଳୁ ଦିଲ୍ଲୀର ଜାହାଙ୍ଗୀର ପୁରୀ ଓ ଆନନ୍ଦ ବିହାର ଚାରିଆଡ କୁହୁଡିରେ ଧୂଆଁମୟ ହୋଇଯାଇଛି । ପାଖାପାଖି 100ମିଟର ପର୍ଯ୍ୟନ୍ତ କିଛି ଦୃଶ୍ୟମାନ ହେଉନଥିବା ଦେଖିବାକୁ ମିଳିଛି ।

ରାଜଧାନୀ ଦିଲ୍ଲୀରେ ତାପମାତ୍ରା ପ୍ରାୟ 10ଡିଗ୍ରୀ ରହିଥିବା କହିଛି ଭାରତୀୟ ପାଣିପାଗ ବିଭାଗ । ଏହା ସହ ବାୟୁ ସୂଚକାଙ୍କ ଏକ୍ୟୁଆଇ ମାନରେ 309 ରେର୍କଡ ହୋଇଛି ଯହା ଅତି ଗୁରୁତର ବୋଲି କହିଛି ସାଫାର । ଦିଲ୍ଲୀରେ ଏପରି କୁହୁଡି ସାଙ୍ଗକୁ ବାୟୁ ପ୍ରଦୂଷଣରେ ଅଣନିଶ୍ବାସୀ ହୋଇ ପଡିଛନ୍ତି ଦିଲ୍ଲାବାସୀ ।

ଦିଲ୍ଲୀରେ କୁହୁଡି କାରଣରୁ ବାସହରା ଲୋକ ବହୁତ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଅତ୍ୟଧିକ ଶୀତ ପ୍ରବାହରୁ କାଶ୍ମୀରା ଗେଟ ଅଞ୍ଚଳରେ ରାତ୍ରୀ କାଳରେ ପ୍ରାୟ 30 ଜଣ ଲୋକଙ୍କୁ ଆଶ୍ରୟ ଦିଆଯାଇଛି । କୋରୋନା ମାହାମାରୀକୁ ଦୃଷ୍ଟିରେ ରଖି ଆଶ୍ରୟସ୍ଥଳୀରେ ସାନିଟାଇଜର ସହିତ ସମସ୍ତ ସୁବିଧା କରାଯାଇଛି । କୌଣସି ବ୍ୟକ୍ତି ଅସ୍ବାସ୍ଥ୍ୟକର ଅନୁଭବ କଲେ ତାଙ୍କୁ ନିକଟସ୍ଥ ମୋହଲା ଡାକ୍ତରଖାନାକୁ ନିଆଯିବାର ବ୍ୟବସ୍ଥା କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.