ETV Bharat / bharat

ବିହାରରେ ବନ୍ୟା ବିତ୍ପାତ, ମୃତ୍ୟୁ ସଂଖ୍ୟା 13କୁ ବୃଦ୍ଧି

author img

By

Published : Aug 2, 2020, 11:34 AM IST

ବିହାରରେ ବନ୍ୟା ବିତ୍ପାତ । ମୃତ୍ୟୁ ସଂଖ୍ୟା 13କୁ ବୃଦ୍ଧି। 14 ଜିଲ୍ଲାର 49.05 ଲକ୍ଷ ଲୋକେ ପ୍ରଭାବିତ । ଅଧିକ ପଢନ୍ତୁ....

Flood situation worsens in Bihar; two more die
ବିହାରରେ ବନ୍ୟା ବିତ୍ପାତ,ମୃତ୍ୟୁ ସଂଖ୍ୟା 13କୁ ବୃଦ୍ଧି

ପାଟନା: ବିହାରରେ ବନ୍ୟା ବିତ୍ପାତ । ଅଣାୟତ୍ତ ହେଲାଣୀ ସ୍ଥିତି। ମୃତ୍ୟୁ ସଂଖ୍ୟା 13କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଅଥୋରିର୍ଟିଙ୍କ ପକ୍ଷରୁ ସୂଚନା ମିଳିଛି । 14 ଜିଲ୍ଲାର 49.05 ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି । ସେହିପରି,1,043 ପଞ୍ଚାୟତ ଜଳବନ୍ଦୀ ହୋଇଛି । ରାଜ୍ୟରେ 768.5 ମିଲି ମିଟର ବର୍ଷା ରେକର୍ଡ କରାଯାଇଛି । ଫଳରେ,ରାଜ୍ୟରେ ଥିବା ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଇଛି । ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ଲୋକମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ବିଭିନ୍ନ ସ୍ଥାନରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି ।

ପ୍ରଭାବିତ ଜନସଂଖ୍ୟାର ଏକ ଚତୁର୍ଥାଂଶରୁ ଅଧିକ ପୂର୍ବ ଚମ୍ପରନ, ଗୋପାଳଗଞ୍ଜ ଓ ସରାନର ଜିଲ୍ଲାବାସୀ ଅଧିକ ପ୍ରଭାବିତ ହୋଇଛି । ବିଭିନ୍ନ ସ୍ଥାନରେ କୋସି, ବୁଦ୍ଧୀ ଗାନ୍ଧକ, କମଲା, ବାଗମାଟି ଏବଂ ଆଧଓ୍ବାରା ନଦୀ ଗୁଡିକ ବିଭିନ୍ନ ସ୍ଥାନରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.