ETV Bharat / bharat

ଆସାମ, ବିହାରରେ ବନ୍ୟା ସ୍ଥିତି ଅସମ୍ଭାଳ: 101 ମୃତ, 77 ଲକ୍ଷରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ - Flood situation

ବିହାର ବନ୍ୟାରେ ପାଖାପାଖି 12ଟି ଜିଲ୍ଲାର 25ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ 73 ଜଣ ଲୋକଙ୍କର ଜୀବନ ଗଲାଣି | ସେହିପରି ଆସାମରେ ବନ୍ୟା ସ୍ଥିତି ସଂଗୀନ ହେବାରେ ଲାଗିଲାଣି । ଆସାମ ବନ୍ୟାରେ 30 ଜିଲ୍ଲାର 52ଲକ୍ଷ 75 ହଜାର ଲୋକେ ପ୍ରଭାବିତ ହୋଇଛନ୍ତି । 28 ଜଣଙ୍କ ମୃତ୍ୟୁ ହୋଇଥିବା ଖବର ରହିଛି ।

ଡିଜାଇନ ଫଟୋ
author img

By

Published : Jul 18, 2019, 10:48 AM IST

ଗୌହାଟୀ/ପାଟନା: ଆସାମ ଓ ବିହାରରେ ଗମ୍ଭୀର ହେବାରେ ଲାଗିଛି ବନ୍ୟା ସ୍ଥିତି । ବିହାରରେ ପାଖାପାଖି 12ଟି ଜିଲ୍ଲାର 25ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ 73 ଜଣ ଲୋକଙ୍କର ଜୀବନ ଗଲାଣି | ସେହିପରି ଆସାମରେ ବନ୍ୟା ସ୍ଥିତି ସଂଗୀନ ହେବାରେ ଲାଗିଲାଣି । ଆସାମ ବନ୍ୟାରେ 30 ଜିଲ୍ଲାର 52ଲକ୍ଷ 75 ହଜାର ଲୋକେ ପ୍ରଭାବିତ ହୋଇଛନ୍ତି । 28 ଜଣଙ୍କ ମୃତ୍ୟୁ ହୋଇଥିବା ଖବର ରହିଛି । ରାଜ୍ୟର 4695ଟି ଗ୍ରାମ ଜଳବନ୍ଦୀ ।

ବିହାର ବିପର୍ଯ୍ୟୟ ପ୍ରଶମନ ବିଭାଗ ପ୍ରଦତ୍ତ ସୂଚନା ମୁତାବକ ରାଜ୍ୟରେ ବନ୍ୟା ପ୍ରଭାବିତ 12 ଜିଲ୍ଲାରେ 137ଗୋଟି ରିଲିଫ ଶିବିର କାର୍ଯ୍ୟକ୍ଷମ କରାଯାଇଛି । ଏନଡିଆରଏଫ୍ ଓ ଏସ୍‌ଡିଆରଏଫ୍ ପକ୍ଷରୁ 26ଟି ଟିମ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏହାସହ 125ଟି ମୋଟର ବୋଟ୍‌କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ସେହିପରି ଆସାମରେ ୩୩ ଜିଲ୍ଲାରୁ 30 ଜିଲ୍ଲା ବନ୍ୟାରେ ଭୟଙ୍କର ଭାବରେ ପ୍ରଭାବିତ ହୋଇଛି । ଏହି ବନ୍ୟାରେ କେବଳ ମଣିଷ ନୁହେଁ ଜୀବଜନ୍ତୁମାନେ ମଧ୍ୟ ବନ୍ୟା ବିଭୀଷିକାରେ ପୀଡିତ । କାଜିରଙ୍ଗା ଜାତୀୟ ଉଦ୍ୟାନ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇ ଗଲାଣି । ମୋଟ 39 ପଶୁଙ୍କ ଜୀବନ ଯାଇଥିବା ଖବର ରହିଛି । ସେହିପରି ବନ୍ୟାରେ 5 ଗଣ୍ଡାଙ୍କ ମୃତଦେହ ମିଳିଥିବା ଖବର ରହିଛି । ଏମାନଙ୍କୁ ସୁରକ୍ଷା ଦେବାକୁ ପ୍ରଶାସନ ପକ୍ଷରୁ ଚେଷ୍ଟା ଜାରି ରହିଛି । 52 ବନ୍ୟଜନ୍ତୁଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ବନ୍ୟା ପରେ ଅଧିକାଂଶ ପ୍ରାଣୀଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି ।

ସେହିପରି ଏହି ପ୍ରଳୟଙ୍କାରୀ ବନ୍ୟାରେ ସେନା, ଏନ୍‌ଡିଆରଏଫ୍‌ ଏବଂ ଏସ୍‌ଡିଆରଏଫ୍‌ ପକ୍ଷରୁ ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଏଏସ୍‌ଡିଏମଓ ପକ୍ଷରୁ 1.50ଲକ୍ଷ ବିସ୍ଥାପିତ ଲୋକଙ୍କୁ 427ଟି ରିଲିଫ ଶିବିରରେ ରଖାଯାଇଥିବା ସୂଚନା ଦେଇଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରଶାସନ ପକ୍ଷରୁ 392ଟି ରିଲିଫ ଶିବିର ଖୋଲାଯାଇଥିବା ସୂଚନା ରହିଛି ।

Intro:Body:

asc

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.