ସିନେମା ହଲ୍ ହେଉ କିମ୍ବା ଯାତ୍ରା ସମୟରେ ଅଧିକାଂଶ ଲୋକେ ଟାଇମ୍ ପାସ୍ ପାଇଁ ସିଝା ବାଦାମ୍ ଖାଇବାକୁ ପସନ୍ଦ କରିଥାନ୍ତି । ଏହି ସିଝା ବାଦାମ୍ ଯେ କେବଳ ଟାଇମ୍ ପାସ୍ ପାଇଁ ଖିଆଯାଏ ତାହା ନୁହେଁ ଏଥିରେ ଅନେକ ପ୍ରକାରର ଔଷଧୀୟ ଗୁଣ ମଧ୍ୟ ଥାଏ । ପୌଷ୍ଟିକ ଆହାରରେ ସମ୍ପୁର୍ଣ୍ଣ ରୂପରେ ଭରପୁର ଥିବା ଏହି ବାଦାମକୁ ଭାଜି ଖାଇବା ଅପେକ୍ଷା ସିଝାଇ ଖାଇଲେ ଏହାର କ୍ୟାଲୋରୀ ୪ ଗୁଣ ବଢିଯାଇଥାଏ ।
ଗବେଷକଙ୍କ ମତରେ ୧୦୦ ଗ୍ରାମ୍ ସିଝା ବାଦାମରେ ୨୮୦ କ୍ୟାଲୋରୀ ଥାଏ । ସିଝା ବାଦାମ୍ ଖାଇବା ଦ୍ୱାରା ଆମ ଶରୀର ଫୁର୍ତ୍ତି ହୋଇଥାଏ । ଯଦି ଆପଣ ନିଜ ଓଜନକୁ କମ୍ କରିବାକୁ ଚାହାନ୍ତି ତେବେ ଆହାରରେ ସିଝା ବାଦାମ୍ ନିଶ୍ଚୟ ଖାଆନ୍ତୁ । ବାଦାମରେ ଅଧିକ ପରିମାଣର ଫାଇବର ଥାଏ । ଯାହା ଖାଇବା ଦ୍ୱାରା ଖାଦ୍ୟ ଜଲଦି ହଜମ ହୋଇଥାଏ ଏବଂ ଏଥିରେ ଅନ୍ତନଳୀ ବି ସଫା ହୋଇଥାଏ । ଏହାସହ ଶରୀରର ମେଟାବୋଲିଜିମ୍ ମଧ୍ୟ ଭଲ ହୋଇଯାଏ । ଯାହା ଦ୍ୱାରା ଶରୀରରେ ଥିବା ଏକ୍ସଟ୍ରା ଫ୍ୟାଟ୍ ମଧ୍ୟ ଦୂର ହୋଇଥାଏ ।
ହୃଦରୋଗ, ଡାଇବେଟିସ୍, କୋଷ୍ଠକାଠିନ୍ୟ, ମୋତିଆବିନ୍ଦୁ, ଛୋଟ ପିଲାଙ୍କ ମସ୍ତିଷ୍କର ବିକାଶ ବାଦାମ ଖାଇବା ଦ୍ବାରା ହୋଇଥାଏ । ଏଥିରେ ଏମିନୋ ଏସିଡ୍ ଏବଂ ଅତ୍ୟଧିକ ପରିମାଣର ପ୍ରୋଟିନ୍ ମଧ୍ୟ ଥାଏ । ମାଂପପେଶୀକୁ ଟାଣ କରିବା ସହ ବିଭିନ୍ନ ଅଙ୍ଗର ବିକାଶ ମଧ୍ୟ କରିଥାଏ । ଏହା ଶରୀରରେ ଲାଲ୍ ରକ୍ତକଣିକା, ଫୋଲେଟ୍ ଏବଂ ଫୋଲିକ୍ ଏସିଡ୍ ପ୍ରସ୍ତୁତ କରିବାରେ ସାହାର୍ଯ୍ୟ କରିଥାଏ । ଏଥିରେ କ୍ୟାନସର ଉପସମର ତତ୍ତ୍ୱ ମଧ୍ୟ ମିଳିଥାଏ ।