ETV Bharat / bharat

ଆମେରିକା ପତାକା ଉପରେ ଚାଲୁଥିଲେ ଆତଙ୍କବାଦୀ ! - air strike

ଆତଙ୍କୀମାନେ ଅନ୍ୟ ଦେଶର ଜାତୀୟ ପତାକାକୁ ନିଜ ପାଦ ତଳେ ରଖୁଥିଲେ । ଏହା ଉପରେ ସେମାନେ ଚାଲୁଥିଲେ । ବିଶେଷ କରି ଯେଉଁ ରାଷ୍ଟ୍ର ମୁସଲିମ ବିରୋଧୀ ସେହି ଦେଶର ଜାତୀୟ ପତାକା ଉପରେ ସେମାନେ ଚାଲୁଥିଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@ଏଏନଆଇ
author img

By

Published : Feb 27, 2019, 3:38 PM IST

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ପିଓକେରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ ପରେ ଖୁଲାସା ହେଉଛି ଚାଞ୍ଚଲ୍ୟକର ତଥ୍ୟ । ଗୁଇନ୍ଦା ସୂତ୍ରରୁ ଏବେ ଧ୍ୱଂସ ହୋଇଥିବା କ୍ୟାମ୍ପର ଚିତ୍ର ପ୍ରକାଶ କରାଯାଉଛି । ଏହି ଅବସରରେ ଆତଙ୍କବାଦୀ କିପରି ଅନ୍ୟ ଦେଶର ଜାତୀୟ ପତାକାକୁ ବ୍ୟବହାର କରୁଥିଲେ ତାହା ଜଣାପଡିଛି ।

ଏହି ସୂତ୍ର ଅନୁସାରେ ଜଣାପଡିଛି ଯେ ଆତଙ୍କୀମାନେ ଅନ୍ୟ ଦେଶର ଜାତୀୟ ପତାକାକୁ ନିଜ ପାଦ ତଳେ ରଖୁଥିଲେ । ଏହା ଉପରେ ସେମାନେ ଚାଲୁଥିଲେ । ବିଶେଷ କରି ଯେଉଁ ରାଷ୍ଟ୍ର ମୁସଲିମ ବିରୋଧୀ ସେହି ଦେଶର ଜାତୀୟ ପତାକା ଉପରେ ସେମାନେ ଚାଲୁଥିଲେ । ରିପୋର୍ଟ ଅନୁସାରେ ଭାରତୀୟ ବାୟୁସେନାର ଆକ୍ରମଣ ପରେ ଧ୍ୱଂସ ପାଇଥିବା କ୍ୟାମ୍ପର ଫଟୋ ପ୍ରକାଶ ପାଇଛି ।

  • Intel Sources: Flags of USA, UK and Israel painted on staircases seen in Jaish e Mohammed facility destroyed by Indian Air Force jets in Balakot pic.twitter.com/266CEI0hGR

    — ANI (@ANI) 26 February 2019 " class="align-text-top noRightClick twitterSection" data=" ">

ସେହି ଫଟୋରେ ଦେଖାଯାଇଛି ଯେ ଜୈସ-ଇ-ମହମ୍ମଦର ଆତଙ୍କୀ କ୍ୟାମ୍ପର ବିଭିନ୍ନ ପାହାଚରେ ଆମେରିକା, ୟୁକେ ଏବଂ ଇସ୍ରାଏଲ ଦେଶର ପତାକା ଲଗାଯାଇଛି । ଏହାର ଅର୍ଥ ଏହିସବୁ ପତାକା ଉପରେ ଆତଙ୍କବାଦୀ ଚଳପ୍ରଚଳ କରୁଥିଲେ । ଏହା ସ୍ପଷ୍ଟ କରୁଛି ଯେ ଆମେରିକା ପ୍ରତି ଏମାନଙ୍କ ମନରେ କେତେ ଘୃଣା ଭାବ ଥିଲା ।

ରିପୋର୍ଟ ଅନୁସାରେ ଫେବୃୟାରୀ 14ରେ ହୋଇଥିବା ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଇଛି ଭାରତୀୟ ବାୟୁସେନା । ମଙ୍ଗଳବାର ଭୋର 3ଟା 30 ସମୟରେ ନିୟନ୍ତ୍ରଣ ରେଖା ପାର କରି ପିଓକେରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ଭାରତୀୟ ବାୟୁସେନା ଆକ୍ରମଣ କରିଛି । ଏଥିରେ ପାଖାପାଖି ୨୫୦ରୁ ୩୦୦ ଆତଙ୍କବାଦୀ ନିହତ ହୋଇଥିବା ରିପୋର୍ଟ ମିଳିଛି ।

Intro:Body:

ପୋଲିସ ବାବୁଙ୍କ ମହଙ୍ଗା ପଡ଼ିଲା ନିଶା 

ସୁବର୍ଣ୍ଣପୁର: ନିଶାରେ ମାତାଲ ଥାନା ବାବୁ । ନିଶାଗ୍ରସ୍ତ ଅବସ୍ଥାରେ ଅଶାଳୀନ ବ୍ୟବହାର କରିବା ମହଙ୍ଗା ପଡ଼ିଛି ପୋଲିସ ବାବୁଙ୍କୁ । ଆଉ ଚାକିରିରେ ଥାଇ ମଧ୍ୟ କାର୍ଯ୍ୟରୁ ଦୂରେଇ ରହିବାକୁ ବାଧ୍ୟ ହୋଇଛନ୍ତି । ଉପରିସ୍ଥ ଅଧିକାରୀଙ୍କ କଡ଼ା ଆଦେଶ ଯୋଗୁଁ ଏପରି ଦଣ୍ଡ ଭୋଗିଛନ୍ତି ମାତାଲ ବୀରମହାରାଜପୁର ଉପଖଣ୍ଡର ଡ୍ୟାମ ସାଇଟ ଫାଣ୍ଡି ଅଧିକାରୀ ବିପିନ ବିହାରୀ ଜାନି । 

ଗତକାଲି ବିପିନଙ୍କ ମାତାଲ ଅବସ୍ଥାରେ ଗାଳିଗୁଲଜ କରୁଥିବା ଭିଡ଼ିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ଏହାକୁ ଦେଖି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଆରକ୍ଷୀ ଅଧିକ୍ଷକ ଦେବୀପ୍ରସଦ ଦାସ ବୀରମହାରାଜପୁର ଆଇଆଇସିଙ୍କୁ ନିର୍ଦ୍ଦେଶ ଦେବା ସହିତ ରିପୋର୍ଟ ତଲବ କରିଥିଲେ । 

ବୀରମହାରାଜପୁର ଆଇଆଇସି ବିପିନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ରିପୋର୍ଟ ମଧ୍ୟ ପ୍ରସ୍ତୁତ କରିଛନ୍ତି । ପରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି । 

ସୂଚନାଯୋଗ୍ୟ, ପାତାଳୀ ଶ୍ରୀକ୍ଷେତ୍ର ମହୋତ୍ସବରେ ଫାଣ୍ଡି ଅଧିକାରୀ ଏଏସଆଇ ବିପିନଙ୍କୁ ନିୟୋଜିତ କରାଯାଇଥିଲା । କିନ୍ତୁ ସେ ପ୍ରଚୁର ପରିମାଣର ମଦ ପିଇ ମହାପ୍ରଭୁ ଜଗନ୍ନାଥଙ୍କୁ ଅଶ୍ରବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ସାଧାରଣ ଜନତାଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ । 

ପୂର୍ବରୁ ଏଏସଆଇ କମସରା ଫାଣ୍ଡିରେ କାର୍ଯ୍ୟରତ ଥିବା ବେଳେ ଅନେକବାର ଏପରି ବିଶୃଙ୍ଖଳିତ ଆଚରଣ କରିଥିବା ଜଣାପଡିଛି । ସୋମବାର ବୀରମହାରାଜପୁର ଥାନା ଅଧିକାରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ମଦ୍ୟପ ଏଏସଆଇଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଡିପିଓ ଧୀରଜ ଚୋପଦାର କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ନ୍ୟୁଜ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.