ନୂଆଦିଲ୍ଲୀ: ଜଳୁଛି ଉତ୍ତର-ପୂର୍ବ ଦିଲ୍ଲୀ । ସିଏଏ ନିଆଁରେ ଗଲାଣି 18ଜଣଙ୍କ ପ୍ରାଣ । ବଢୁଥିବା ହିଂସାକୁ ରୋକିବା ପାଇଁ ଫ୍ଲାଗ ମାର୍ଚ୍ଚ ଆରମ୍ଭ କରିଛି ପୋଲିସ । ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ପାଟ୍ରୋଲିଂ କରାଯିବା ସହ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଅନ୍ୟପଟେ ଅମର କଲୋନୀ ଥାନା ଅଞ୍ଚଳରେ ଅନ୍ୟତ୍ର କୁମାର ଗୁଞ୍ଜନଙ୍କ ନେତୃତ୍ବରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଏହାସହ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସଚେତନ କରାଯାଉଛି । କେବଳ ଅମର କଲୋନୀ ନୁହେଁ ବିଭିନ୍ନ ଅଞ୍ଚଳରେ ପୋଲିସ ପକ୍ଷରୁ ଏଭଳି ଫ୍ଲାଗ ମାର୍ଚ୍ଚ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ