ETV Bharat / bharat

ଟ୍ରକକୁ ଧକ୍କା ଦେଲା ଶ୍ରମିକ ବୋଝେଇ ଗାଡି, 5 ମୃତ 16 ଆହତ - five people died in road accident in bahraich\

ଉତ୍ତରପ୍ରଦେଶର ପୟାଗପୁର ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକକୁ ପଛପଟୁ ଧକ୍କା ଦେଲା ଶ୍ରମିକ ବୋଝେଇ ଗାଡି । ଫଳରେ 5 ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ 11 ଆହତ ହୋଇଛନ୍ତି ।

ଟ୍ରକକୁ ଧକ୍କା ଦେଲା ଶ୍ରମିକ ବୋଝେଇ ଗାଡି, 5 ମୃତ 16 ଆହତ

author img

By

Published : Aug 31, 2020, 12:27 PM IST

ଲକ୍ଷ୍ନୌ: ଦେଶରୁ ଦିନକୁ ଦିନ ଦୁର୍ଘଟଣା ସଂଖ୍ୟା ବଢିଚାଲିଥିବା ବେଳେ ଉତ୍ତରପ୍ରଦେଶର ପୟାଗପୁର ଅଞ୍ଚଳରେ ଘଟିଛି ଏକ ଛାତିଥରା ଦୁର୍ଘଟଣା । ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 5ଜଣ ପ୍ରାଣ ହରାଇଥିବା ବେଳେ 11ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 3 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସୋମବାର ସକାଳୁ ସକାଳୁ ଘଟିଛି ଏଭଳି ଭୟଙ୍କର ସଡକ ଦୁର୍ଘଟଣା । ସମସ୍ତ ଆହତଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, 16ଜଣ ଶ୍ରମିକଙ୍କୁ ନେଇ ବିହାରରୁ ଏକ ଗାଡି ପଞ୍ଜାବ ସ୍ଥିତ ଅମ୍ବାଲ ଅଭିମୁଖେ ଯାଉଥିଲା । ହେଲେ ସେଠାରେ ପହଞ୍ଚିବା ପୂର୍ବରୁ ଘଟିଥିଲା ଏହି ଦୁର୍ଘଟଣା । ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା ଶ୍ରମିକ ବୋଝେଇ ଗାଡି । ଫଳରେ ଘଟଣାସ୍ଥଳରେ 2ଜଣଙ୍କ ପ୍ରାଣବାୟୁ ଉଡି ଯାଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ 3ଜଣ ପ୍ରାଣ ହରାଇଛନ୍ତି । ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଦୁର୍ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଏକ ପ୍ରକାର ଶୋକର ଛାୟା ଖେଳି ଯାଇଛି । ଆତ୍ମୀୟ ପରିଜନକୁ ହରାଇ ମ୍ରିୟମାଣ ହୋଇପଡିଛନ୍ତି ସମସ୍ତେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.