ETV Bharat / bharat

ତେଲେଙ୍ଗାନାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, 5 ଯୁବକ ମୃତ - Five killed in accident in Warangal

ଏକ ବାଲି ବୋଝେଇ ଲୋରୀ ସହ କାର ମୁହାଁମୁହିଁ ଧକ୍କା ହେବା ଫଳରେ ପାଞ୍ଚ ଜଣ ଯୁବକଙ୍କର ମୃତ୍ୟୁ ଘଟିଛି । ସେମାନେ ମଙ୍ଗଳବାର ଜନ୍ମଦିନ ପାଳନ କରିବା ପରେ ମଦ୍ୟପାନ କରି କାର ଚଳାଉଥିଲେ ।

ତେଲେଙ୍ଗାନାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, 5 ମୃତ

author img

By

Published : Sep 2, 2020, 4:39 PM IST

ହାଇଦ୍ରାବାଦ: ତେଲେଙ୍ଗାନାର ୱାରାଙ୍ଗଲ ଜିଲ୍ଲାରେ ବୁଧବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ 22 ରୁ 26 ବର୍ଷ ବୟସର ପାଞ୍ଚ ଜଣ ଯୁବକଙ୍କର ମୃତ୍ୟୁ ଘଟିଛି । ବୁଧବାର ସକାଳେ ଜିଲ୍ଲାର ଡାମେରା ମଣ୍ଡଳର ପାସାରାଗୋଣ୍ଡା କ୍ରସ ରୋଡରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

ଏକ ବାଲି ବୋଝେଇ ଲୋରୀ ସହ ସେମାନଙ୍କ କାର ମୁହାଁମୁହିଁ ଧକ୍କା ହେବାଫଳରେ ଏହି ଦୁର୍ଘଟଣା ଘଟିଥିଲା । ତେବେ କାରରେ ଥିବା ସମସ୍ତ 5 ଯୁବକ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ମୃତକଙ୍କ ନାମ ମେକାଲା ପ୍ରବୀଣ, ମେକାଲା ରାକେଶ, ମେଦି ପୱନ, ରୋହିତ ଏବଂ ରହୀମ ବୋଲି ଜଣାପଡିଛି । ସମସ୍ତେ ୱାରାଙ୍ଗଲର ଥିଲେ |

ସୂଚନା ଅନୁଯାୟୀ, ସେମାନେ ମଙ୍ଗଳବାର ପୱନଙ୍କ ଜନ୍ମଦିନ ପାଳନ କରିବା ପରେ ମଦ୍ୟପାନ କରି କାର ଚଳାଉଥିଲେ । ସେମାନଙ୍କ ମଧ୍ୟରୁ ଜଣେ ବିପରୀତ ଦିଗରୁ ଆସୁଥିବା ଲୋରୀକୁ ଧକ୍କା ଦେଇଥିଲା । ଡାମେରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଏନଜିଏମ ହସ୍ପିଟାଲକୁ ପଠାଇଛି । ସେପଟେ ଦୁର୍ଘଟଣା ପରେ ଲୋରୀ ଡ୍ରାଇଭର ଘଟଣାସ୍ଥଳରୁ ଖସି ପଳାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.