ETV Bharat / bharat

ବିଷାକ୍ତ ମଦ ପିଇ 5 ମୃତ, 9 ଗୁରୁତର - କେରଳରେ ବିଷାକ୍ତ ମଦ ପିଇ 5 ମୃତ

କେରଳ ପାଲକ୍କଡା ଚେଲ୍ଲାନାମ ଆଦିବାସୀ ଅଞ୍ଚଳରେ ବିଷାକ୍ତ ମଦ ପିଇ 5 ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ 3 ଜଣ ମହିଳାଙ୍କ ସମେତ 9 ଜଣ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅଧିକ ପଢନ୍ତୁ...

ବିଷାକ୍ତ ମଦ ପିଇ 5 ମୃତ୍ୟୁ, 9 ଗୁରୁତର
ବିଷାକ୍ତ ମଦ ପିଇ 5 ମୃତ୍ୟୁ, 9 ଗୁରୁତର
author img

By

Published : Oct 20, 2020, 2:44 PM IST

ଥିରୁଅନନ୍ତପୁରମ: ବିଷାକ୍ତ ମଦ ପିଇ ଅକାଳରେ ଚାଲିଗଲା 5 ଜୀବନ । କେରଳର ପାଲକ୍କଡା ଚେଲ୍ଲାନାମ ଆଦିବାସୀ ଅଞ୍ଚଳରେ ବିଷାକ୍ତ ମଦ ପିଇ 5 ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ 9 ଜଣ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । କେମିକାଲ ରିପୋର୍ଟ ଆସିବା ପରେ ଏହି ଘଟଣା ସମ୍ପର୍କରେ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି । ମୃତକମାନେ ହେଲେ ଚେଲ୍ଲାନାମ ଅଞ୍ଚଳର ରମଣ, ଆୟାପନ୍, ତାଙ୍କ ପୁଅ ଅରୁଣ, ସିଭାନ୍ ଓ ମୋୟର୍ତ୍ତୀ ।

ସୂଚନା ଅନୁଯାୟୀ, ରବିବାର ସକାଳେ ରମଣଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ଅନ୍ତ୍ୟଷ୍ଟି ସମୟରେ ଆଦିବାସୀ ପରମ୍ପରା ଅନୁଯାୟୀ ଅନ୍ୟମାନେ ମଦ ପିଇଥିଲେ । ସେହି ଦିନ ସନ୍ଧ୍ୟା ସୁଦ୍ଧା ଆୟାପନଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ପରେ ଅନ୍ୟ ତିନି ଜଣଙ୍କର ସୋମବାର ମୃତ୍ୟୁ ଘଟିଛି ଏବଂ 3 ଜଣ ମହିଳାଙ୍କ ସମେତ 9 ଜଣ ବ୍ୟକ୍ତି ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହାକୁ ବିଚାରକୁ ନେଲେ, ବିଷାକ୍ତ ମଦ ପାନ ଯୋଗୁଁ ଏହି ମୃତ୍ୟୁ ହୋଇଥିବା ସନ୍ଦେହ ଘନୀଭୂତ ହୋଇଛି ।

ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣେ ବ୍ୟକ୍ତି କହିଛନ୍ତି, ସେ ଯେଉଁ ମଦ ପିଇଥିଲେ ତାହା ସାବୁନ ସ୍ବାଦଯୁକ୍ତ ଥିଲା । ତେଣୁ ଉକ୍ତ ମଦରେ ସାନିଟାଇଜର ମିଶ୍ରିତ ହୋଇଥିବା ପୋଲିସ ଅନୁମାନ କରୁଛି। ତେବେ କେମିକାଲ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ ଘଟଣା ଜଣାପଡିବ ବୋଲି ପୋଲିସ ପ୍ରକାଶ କରିଛି ।

ମୃତଦେହକୁ ପୋଲିସ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ମେଡିକାଲକୁ ପଠାଇଛି । ମୃତକଙ୍କ ଘର ଭିତରୁ କିଛି ଖାଲି ମଦ ବୋତଲ ଜବତ କରାଯାଇଛି । ଫରେନସିକ ଟିମର ସହାୟତାରେ ପୋଲିସ ଏ ସମ୍ପର୍କରେ ଅନୁସନ୍ଧାନ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.