ETV Bharat / bharat

ବ୍ୟାପୁଛି କୋରୋନା, କଲବଲ କଂଗ୍ରେସ: ଏମପି ପରେ ଗୁଜୁରାଟ, 5 ବିଧାୟକଙ୍କ ଇସ୍ତଫା

ଦେଶରେ ବଢିବାରେ ଲାଗିଛି କୋରୋନା । ଅନ୍ୟପଟେ ରାଜ୍ୟସଭା ନିର୍ବାଚନ ଯେତେ ପାଖେଇ ଆସୁଛି କଂଗ୍ରେସ ସେତେ ଦୁର୍ବଳ ହେଉଛି । ମଧ୍ୟପ୍ରଦେଶରେ ଆସନ ଟଳମଳ ହେଉଥିବାବେଳେ ଗୁଜୁରାଟରେ ମଧ୍ୟ ସଂକଟ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Mar 15, 2020, 9:54 PM IST

Five congress mla resing
Five congress mla resing

ଅହମ୍ମଦାବାଦ: ଚଳିତ ମାସ 26ରେ ସାରା ଦେଶରୁ 55ଟି ଆସନ ପାଇଁ ହେବ ରାଜ୍ୟସଭା ନିର୍ବାଚନ । ନିର୍ବାଚନ ପାଇଁ ଗତ 13 ରେ ନାମାଙ୍କନ ଦାଖଲ ଶେଷ ହୋଇଥିବା ବେଳେ 18ରେ ହେବ ପ୍ରାର୍ଥୀପତ୍ର ପ୍ରତ୍ୟାହାର । ରାଜ୍ୟସଭା ନିର୍ବାଚନ ପାଇଁ ଏବେ ଦେଶର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି କଂଗ୍ରେସ ମଧ୍ୟରେ ଯୋରଦାର ହୋଇଛି ଘୋଡାବେପାର ।

ଗୋଟିଏ ପଟେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ବଞ୍ଚାଇବା ପାଇଁ ସବୁଦମ ଲଗାଇ ଥିବାବେଳେ ଗୁଜୁରାଟରେ ଲାଗିଛି ଦଳକୁ ଜବରଦସ୍ତ ଝଟକା । ରାଜ୍ୟସଭା ନିର୍ବାଚନ ପୂର୍ବରୁ ଗୁଜୁରାଟ 5 କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି । ଫଳରେ ରାଜ୍ୟସଭା ନିର୍ବାଚନକୁ ନେଇ ବଢୁଛି ରୋମାଞ୍ଚ । ଘୋଡାବେପାରକୁ ଆଶଙ୍କା କରି 14 ଜଣ ବିଧାୟକଙ୍କୁ ପୂର୍ବରୁ ଦଳ ଜୟପୁର ସ୍ଥାନାନ୍ତର କରିଛି । ହେଲେ ଆଜି 5 ଜଣ ବିଧାୟକ ଇସ୍ତଫା ଦେଇ କଂଗ୍ରେସକୁ ସଂକଟକୁ ଠେଲି ଦେଇଛନ୍ତି ।

କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଇସ୍ତଫା ଦେଇଥିବା 2 ବିଧାୟକ ସୋମାଭାଇ ପଟେଲ ଓ ଜେବି କାକଡିଆ କୋଲି ସମ୍ପ୍ରଦାୟରୁ ଆସୁଛନ୍ତି । ଫଳରେ ସେମାନେ ଦାବି କରୁଥିଲେ ତାଙ୍କ ସମ୍ପ୍ରଦାୟରୁ ଦଳ ଜଣକୁ ରାଜ୍ୟସଭା ପାଇଁ ପ୍ରାର୍ଥୀ କରୁ । ତାହା ନହେବାରୁ ପ୍ରତିବାଦ ସ୍ବରୂପ ବିଧାୟକ ପଦ ଛାଡିଛନ୍ତି ଏମାନେ । କଂଗ୍ରେସ ଶକ୍ତିସିନ ଗୋହିଲ ଓ ଭାରତସିନ ସୋଲାଙ୍କିଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ଅଭୟ ଭରଦ୍ବାଜ, ନରହରି ଅମିନ ଓ ରମିଲା ବାରାଙ୍କୁ ପ୍ରାର୍ଥୀ କରିଛି। ଇସ୍ତଫା ଦେଇଥିବା ସମସ୍ତ 5 ଜଣ ବିଧାୟକଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ବାଚସ୍ପତି । ଯାହା କଂଗ୍ରେସର ଆହୁରି ସମସ୍ୟା ବଢାଇ ଦେଇଛି ।

ସୂଚନାଯୋଗ୍ୟ ଗୁଜୁରାଟରୁ ତିନୋଟି ଆସନ ପାଇଁ ରାଜ୍ୟସଭା ନିର୍ବାଚନ ହେବ । ତେବେ ରାଜ୍ୟ ବିଧାନସଭାରେ ମୋଟ 182 ବିଧାୟକ ଅଛନ୍ତି । ବର୍ତ୍ତମାନ 2ଟି ସିଟ ଖାଲିଥିବା ବେଳେ ବିଜେପିର 103 ଜଣ ବିଧାୟକ ଅଛନ୍ତି । କଂଗ୍ରେସର 73 ବିଧାୟକ ଅଛନ୍ତି । ଏହା ବ୍ୟତୀତ ଭାରତ ଆଦିବାସୀ ଦଳର 2ଜଣ ଓ ଏନସିପିରୁ ଜଣେ ସ୍ବାଧୀନରୁ ଜଣେ ଲେଖାଏଁ ବିଧାୟକ ଅଛନ୍ତି । ଫଳରେ ବିଜେପି ଓ କଂଗ୍ରେସ ଗୋଟିଏ ଲେଖାଏଁ ଆସନ ଦଖଲ କରୁଥିବା ବେଳେ ଗୋଟିଏ ଆସନକୁ ନେଇ ଲାଗି ରହିଛି ଛକାପଞ୍ଝା । କଂଗ୍ରେସକୁ ମାତ ଦେବାପାଇଁ ବିଜେପି ସମସ୍ତ 3ଟି ଯାକ ଆସନରେ ପ୍ରାର୍ଥୀ ଦେଇଛି ।

ଗୋଟିଏ ରାଜ୍ୟସଭା ଆସନ ଜିତିବା ପାଇଁ 38 ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିବାବେଳେ 2 ଟି ଆସନ ପାଇଁ ୭୬ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି। ହେଲେ କଂଗ୍ରେସ ପାଖରେ ୭୪ ବିଧାୟକଙ୍କ ସମର୍ଥନ ରହିଛି। ତେଣୁ କଂଗ୍ରେସ ଗୋଟିଏ ଆସନ ଜିତିବ ବୋଲି ଦୃଢ ଆଶାବାଦୀ ।

ଅନ୍ୟପଟେ ବିଜେପି 2ଟି ଆସନ ନିଶ୍ଚିତ ଜିତୁଥିବା ବେଳେ ତୃତୀୟ ଆସନ ମଧ୍ୟ ଦଖଲ ପାଇଁ ଅଣ୍ଟା ଭିଡିଛି । ବିଜେପିକୁ ତୃତୀୟ ଆସନ ଜିତିବାକୁ ହେଲେ ଆଉ 11 ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ଫଳରେ ବିଜେପି ଏବେ ତୃତୀୟ ଆସନ ପାଇଁ ବଡ ରଣନୀତି ପ୍ରସ୍ତୁତିରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.