ଚଣ୍ଡିଗଡ: ନକଲି ଆଧାରକାର୍ଡ କେନ୍ଦ୍ର ଚଳାଇବା ଅଭିଯୋଗରେ ହରିୟାନାର ଗୁରୁଗ୍ରାମରୁ 5 ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ମଧ୍ୟରେ ଜଣେ ନେପାଳୀ ନାଗରିକ ରହିଛନ୍ତି । ଗିରଫ ଅଭିଯୁକ୍ତଙ୍କ ପାଖରୁ 195ଟି ନକଲି ଆଧରକାର୍ଡ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ଗୁରୁଗ୍ରାମର ସେକ୍ଟର-29 ଥାନାର ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଗିରଫ 5 ଜଣ ଅଭିଯୁକ୍ତ ଦିଲ୍ଲୀ ଓ ଉତ୍ତରପ୍ରଦେଶର । ସେମାନଙ୍କ ଭିତରେ ଜଣେ ନେପାଳୀ ନାଗରିକ ଅଛନ୍ତି । ଘଟଣାସ୍ଥଳରୁ ଜବତ ହୋଇଥିବା 195ଟି ଆଧାରକାର୍ଡ ଭିନ୍ନ ଭିନ୍ନ ଲୋକଙ୍କ ନାଁରେ ପ୍ରସ୍ତୁତ ହୋଇଥିଲା । ଏହା ସହ ଆଧାରକାର୍ଡ ତିଆରି ପାଇଁ ବ୍ୟବହୃତ କମ୍ପ୍ୟୁଟର, ସ୍କାନର ଓ ବାୟୋମେଟ୍ରିକ ମେସିନକୁ ମଧ୍ୟ ଜବତ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ