ଲକ୍ଷ୍ନୌ: ରାସ୍ତାରେ ପଡିଛି ଜୀଅନ୍ତା ମାଛ। ଲୋକେ ମନଇଚ୍ଛା ଘରକୁ ଉଠେଇ ନେଉଛନ୍ତି ମାଛ । ଉତ୍ତରପ୍ରଦେଶ କାନପୁରରେ ଦେଖିବାକୁ ମିଳିଛି ଏପରି ଘଟଣା।
କାନପୁର ରାସ୍ତାରେ ମାଛ ଭର୍ତ୍ତି ଟ୍ରକ ଓଲିଟି ପଡିଥିଲା । ଫଳରେ ରାସ୍ତା ମଝିରେ ପଡିଯାଇଥିଲା କ୍ବିଣ୍ଟାଲ କ୍ବିଣ୍ଟାଲ ମାଛ । ଆଉ ଧିରେ ଧିରେ ଘଟଣାସ୍ଥଳରେ ଜମିଥିଲା ଲୋକଙ୍କ ଭିଡ । ଆଉ ଲୋକେ ମନଇଚ୍ଛା ବ୍ୟାଗରେ ଭରି ନେଇଯାଇଥିଲେ ମାଛ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭିଡକୁ ଆୟତ୍ତ କରିବା ସହ ମାଛକୁ ରାସ୍ତାରୁ ଉଠାଇବାକୁ ଚେଷ୍ଟା କରିଥିଲା । ହେଲେ ଅନେକ ସମୟ ପର୍ଯ୍ୟନ୍ତ ଅର୍ମାପୁର ରାସ୍ତାରେ ଯାତାୟତ ବନ୍ଦ ରହିଥିଲା । ଅନେକ ଚେଷ୍ଟା ପରେ ରାସ୍ତାରୁ ମାଛ ସଫା କରାଯାଇ ଯାତାୟତ ପୂର୍ବ ଭଳି କରିଥିଲା ପୋଲିସ।