ETV Bharat / bharat

ହାଇଦ୍ରାବାଦରେ ଖୋଲିଲା ପ୍ରଥମ ପ୍ଲାଜମା ବ୍ୟାଙ୍କ୍: କେନ୍ଦ୍ରୀୟ ଗୃହ ରାଜ୍ୟ ମନ୍ତ୍ରୀ କଲେ ଶୁଭାରମ୍ଭ - COVID-19

କୋରୋନା ସଂକ୍ରମଣ ବଢୁଥିବା ବେଲେ ଏବେ ପ୍ଲାଜମା ବିଶେଷ ଫଳପ୍ରଦ ହୋଇଛି । ତେବେ ଏହାକୁ ଲକ୍ଷ କରି ତେଲେଙ୍ଗାନାରେ ପ୍ରଥମ ପ୍ଲାଜମା ବ୍ୟାଙ୍କ୍ ଖୋଲାଯାଇଛି ଯାହା ଦ୍ବାରା ଲୋକଙ୍କୁ ସାହାଯ୍ୟ ମିଳିପାରିବ। କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଜି କିଶନ୍ ରେଡ୍ଡି ରବିବାର ଦିନ ଏହି ପ୍ଲାଜମା ବ୍ୟାଙ୍କର ଶୁଭାରମ୍ଭ କରିଥିଲେ । ଅଧିକ ପଢନ୍ତୁ...

ହାଇଦ୍ରାବାଦରେ ଖୋଲିଲା ପ୍ରଥମ ପ୍ଲାଜମା ବ୍ୟାଙ୍କ୍: କେନ୍ଦ୍ରୀୟ ଗୃହ ରାଜ୍ୟ ମନ୍ତ୍ରୀ କଲେ ଶୁଭାରମ୍ଭ

author img

By

Published : Aug 24, 2020, 4:56 PM IST

ହାଇଦ୍ରାବାଦ: କୋରୋନା ସଂକ୍ରମଣ ବଢୁଥିବା ବେଲେ ଏବେ ପ୍ଲାଜମା ବିଶେଷ ଫଳପ୍ରଦ ହୋଇଛି । ତେବେ ଏହାକୁ ଲକ୍ଷ କରି ତେଲେଙ୍ଗାନାରେ ପ୍ରଥମ ପ୍ଲାଜମା ବ୍ୟାଙ୍କ୍ ଖୋଲାଯାଇଛି ଯାହା ଦ୍ବାରା ଲୋକଙ୍କୁ ସାହାଯ୍ୟ ମିଳିପାରିବ। କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଜି କିଶନ୍ ରେଡ୍ଡି ରବିବାର ଦିନ ଏହି ପ୍ଲାଜମା ବ୍ୟାଙ୍କର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରେଡ୍ଡୀ ରୋଟାରୀ କ୍ଲବକୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ, ଟିକା ଆରମ୍ଭ ନହେବା ପର୍ଯ୍ୟନ୍ତ ପ୍ଲାଜମା ଥେରାପି ହିଁ ଏକମାତ୍ର ଆଶା।

ସେ କହିଛନ୍ତି ଯେ ‘ହାଇଦ୍ରାବାଦରେ ଆଜି ପ୍ରଥମ ପ୍ଲାଜମା ବ୍ୟାଙ୍କ ସ୍ଥାପନ କରାଯାଇଛି। ଏବେ ସୁଦ୍ଧା କୋରୋନା ଭାଇରସ୍ ପାଇଁ କୌଣସି ଟୀକା ବାହାରି ନାହିଁ,ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତି ଙ୍କୁ ଭାଇରସଠୁ ନିଜକୁ ସୁରକ୍ଷିତ ରଖିବା ଉଚିତ୍। ଭାଇରସ୍ ସହ ଲଢ଼ିବା ପାଇଁ ରାଜ୍ୟ ଅନେକ ଉପାୟ କରିଛି ଏବଂ ଏହି ପ୍ଲାଜମା ବ୍ୟାଙ୍କ୍ ସେଥି ମଧ୍ୟରୁ ଅନ୍ୟତମ’। କେନ୍ଦ୍ର ମନ୍ତ୍ରୀ କିଶନ ରେଡ୍ଡି କୋରୋନା ଭାଇରସକୁ ପରାଜିତ କରିବା ପରେ ପୂରାପୂରି ଠିକ୍ ହୋଇସାରିଥିବା ଲୋକଙ୍କୁ ପ୍ଲାଜମା ଦାନ କରିବାକୁ ପ୍ରୋତ୍ସାହିତ କରିଛନ୍ତି । କାରଣ ଏଥିରୁ ବାହାରୁଥିବା ଆଣ୍ଟିବଡି ଅନେକଙ୍କ ଜୀବନ ବଞ୍ଚାଇବାକୁ ସାହାଯ୍ୟ କରିବ।

କେନ୍ଦ୍ର ସରକାର ତେଲେଙ୍ଗାନା ରାଜ୍ୟକୁ ସବୁ ପ୍ରକାର ଉପାୟରେ ସାହାଯ୍ୟ କରିଛନ୍ତି। ଏପର୍ଯ୍ୟନ୍ତ 14 ଲକ୍ଷ N-95 ମାସ୍କ, 2, 35,000 ପିପିଇ କିଟ୍, 42, 50,000 HCQ ଟାବଲେଟ୍ ଏବଂ 1400 ଭେଣ୍ଟିଲେଟର ଯୋଗାଇ ଦିଆଯାଇଛି। ଏହା ସହ କେନ୍ଦ୍ରୀୟ ବିଶେଷଜ୍ଞଙ୍କ ଦଳ ମଧ୍ୟ ତେଲେଙ୍ଗାନା ତିନିଥର ପରିଦର୍ଶନ କରିଛନ୍ତି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.