ETV Bharat / bharat

ବିହାର ବିଧାନସଭା ନିର୍ବାଚନ: ଆଜି ପ୍ରଥମ ପର୍ଯ୍ୟାୟ ଭୋଟ

author img

By

Published : Oct 28, 2020, 6:32 AM IST

ଆଜି ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ସକାଳ 7ଟାରୁ ଭୋଟ ଦେବେ ଜନତା । ଅଧିକ ପଢନ୍ତୁ...

ବିହାର ବିଧାନସଭା ନିର୍ବାଚନ
ବିହାର ବିଧାନସଭା ନିର୍ବାଚନ

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି(ବୁଧବାର) ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । 71 ଟି ବିଧାନସଭା ଆସନ ପାଇଁ ମତ ଦେବେ ଜନତା । ଭୋଟ ଗ୍ରହଣ ସକାଳ 7ଟାରୁ ଆରମ୍ଭ ହୋଇ ସନ୍ଧ୍ୟା 6ଟା ଯାଏଁ ଚାଲିବ । ତେବେ କିଛି ବୁଥରେ ଶୀଘ୍ର ମତଦାନ ଶେଷ ହେବ ।

71ଟି ଆସନରୁ 1066ଜଣ ପ୍ରାର୍ଥୀ ମୈଦାନରେ ରହିଛନ୍ତି । ଏହି ଆସନ ଗୁଡିକରେ ମହାମେଣ୍ଟ ଓ ଏନଡିଏ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । 71ଟି ଆସନରୁ ମହାମେଣ୍ଟ ପକ୍ଷରୁ କଂଗ୍ରେସ 21ଟି, ଆରଜେଡି 42ଟି ଓ ସିପିଆଇ(ଏମଏଲ)8ଟି ଆସନରେ ପ୍ରାର୍ଥୀ ଦେଇଛି। ସେହିପରି ଏନଡିଏ ପକ୍ଷରୁ ଜେଡିୟୁ 35ଟି, ବିଜେପି 29ଟି, ଏଚଏଏମ6ଟି ଓ ଭିଆଇପି ଗୋଟିଏ ଆସନରେ ନିଜ ପ୍ରାର୍ଥୀଙ୍କୁ ଓହ୍ଲାଇଛି । ଅନ୍ୟପଟେ ଏଲଜେପି 42ଟି, ଆରଏଲଏସପି 43ଟି ଓ ବିଏସପି 27ଟି ଆସନରେ ପ୍ରାର୍ଥୀ ଛିଡା କରିଛି ।

71ଟି ସିଟ୍‌ ମଧ୍ୟରୁ 14ଟି ସିଟ୍‌ ସଂରକ୍ଷିତ ରହିଛି । ଭୋଟଗ୍ରହଣ ଦିନ ସକାଳ 7ଟାରୁ ମତଦାନ ଆରମ୍ଭ ହେବ । ତେବେ ମତଦାନର ଶେଷ ପାଇଁ ଭିନ୍ନ ଭିନ୍ନ କ୍ଷେତ୍ରରେ ଭିନ୍ନ ଭିନ୍ନ ସମୟ ଦିଆଯାଇଛି ।

36 ଟି ବିଧାନସଭା ଆସନ ପାଇଁ ଶିଘ୍ର ସରିବ ମତଦାନ ପ୍ରକ୍ରିୟା

ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ, 4ଟି ଆସନ ପାଇଁ ସକାଳ 7ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ । ସେହିପରି 27 ଟି ଆସନ ପାଇଁ ସନ୍ଧ୍ୟା 4ଟା ଯାଏଁ ମତଦାନ କରିପାରିବେ ମତଦାତା । ଅନ୍ୟପଟେ ସନ୍ଧ୍ୟା 5ଟା ଯାଏ 5ଟା ସିଟ୍‌ରେ ଭୋଟ ଗ୍ରହଣ ହେବ । ଅନ୍ୟ 35ଟି ଆସନ ପାଇଁ ମତଦାନ ପ୍ରକ୍ରିୟା ସକାଳ 7ଟାରୁ ଆରମ୍ଭ ହୋଇ ସନ୍ଧ୍ୟା 6ଟା ଯାଏ ଚାଲିବ ।

ସେହିପରି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ଅନେକ ଆସନ ନକ୍ସଲ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ସେଠାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଅନ୍ୟପଟେ କୋରୋନା କଟକଣାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । 7ଲକ୍ଷ ହ୍ୟାଣ୍ଡ ସାନିଟାଇଜର, 46 ଲକ୍ଷ ମାସ୍କ, 6 ଲକ୍ଷ ପିପିଇ କିଟ୍‌, 6.7 ଲକ୍ଷ ଫେସ୍‌ ମାସ୍କ ଏବଂ 23 ଲକ୍ଷ ହ୍ୟାଣ୍ଡ ଗ୍ଲୋଭ ପ୍ରସ୍ତୁତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.