ETV Bharat / bharat

କେରଳ ଦେବ ପ୍ରଥମ ଇ-କାର

author img

By

Published : Jul 27, 2019, 1:54 PM IST

କାରପ୍ରେମୀଙ୍କ ପାଇଁ ଖୁସି ଖବର । ଦେଶରେ ପ୍ରଥମ ଥର ପାଇଁ ଆସିବ ଇ-କାର ବା ଇଲେକ୍ଟ୍ରୋନିକ କାର । ଥରେ ଚାର୍ଜ କଲେ 60 ରୁ 80 କିମି ପର୍ଯ୍ୟନ୍ତ ଯାତ୍ରା କରିପାରିବ ଏହି କାର ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଥୀରୁଅନନ୍ତପୁରମ: ଆସିବ ଦେଶର ପ୍ରଥମ ଇ-କାର । କାର ନିର୍ମାତା ହ୍ୟୁଣ୍ଡାଇ କୋନା ଏହି କାରକୁ ପ୍ରସ୍ତୁତ କରିବ । ତେବେ ଏହି କାରକୁ କେରଳରେ କମ୍ପାନୀ ପ୍ରସ୍ତୁତ କରିବ । ଏଥିପାଇଁ କମ୍ପାନୀ ପକ୍ଷରୁ ପ୍ରସ୍ତୁତ ଆରମ୍ଭ ହୋଇଛି ।
ପ୍ରଥମ ସ୍ବଦେଶୀ କୌଶଳରେ ଏହି ଗାଡ଼ିକୁ ନିର୍ମାଣ କରିବାକୁ କମ୍ପାନୀ ଲକ୍ଷ ରଖିଛି । ଫଳରେ କେରଳର ଚାଲାକୁଡ଼ିରେ ଥିବା ଏକ ଘରୋଇ କମ୍ପାନୀ ସହିତ ବୁଝାମଣା କରିଛି କମ୍ପାନୀ ହ୍ୟୁଣ୍ଡାଇ । ତେବେ ଏହି ନୂତନ ଭାବେ ଆସିବାକୁ ଥିବା ଇ-କାରର କମ୍ପାନୀ ପକ୍ଷରୁ ନାମକରଣ ମଧ୍ୟ କରାଯାଇ ଇଲେକ୍ଟ୍ରିକ କାର- ଦ ଲଭବାର୍ଡ ରଖାଯାଇଛି । 1971 ମସିହାରେ ସ୍ଥାପିତ ଚାଲାକୁଡ଼ିରେ ଅବସ୍ଥିତ ଘରୋଇ କମ୍ପାନୀ ଗାଡିର ଯନ୍ତ୍ରାଂଶ ଓ ଅନ୍ୟ ଅଂଶ ଗୁଡ଼ିକ ପ୍ରସ୍ତୁତ କରିବ ।

ଭିଡ଼ିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

କେମିତି ରହିବ ଗାଡ଼ିର ରୂପରେଖ
ଚାରିଚକିଆ କାର ଜଗତରେ ବିପ୍ଳବ ଆଣିବାକୁ ଚେଷ୍ଟା କରିଛି କାର ନିର୍ମାତା ହ୍ୟୁଣ୍ଡାଇ । କାରପ୍ରେମୀଙ୍କ ପାଇଁ ଏକ ଇଲେକ୍ଟ୍ରୋନିକ କାର ଆଣିବାକୁ ପ୍ରୟାସ ଆରମ୍ଭ କରିଛି । ତେବେ ଆସିବାକୁ ଥିବା କାର ଲଭବାର୍ଡ କେବଳ ଦୁଇ ଜଣଙ୍କ ପାଇଁ ବସିବାକୁ ସ୍ଥାନ ରହିବ ବୋଲି ସୂଚନା ରହିଛି । ସହର ମଧ୍ୟରେ ଚଳାଚଳ କରିବାକୁ ବେଶ ସୁବିଧାଜନକ ହେବ ବୋଲି କମ୍ପାନୀ ପକ୍ଷରୂ ସୂଚନା ରହିଛି । ତେବେ ଏହି କାରକୁ ଥରେ ରିଚାର୍ଜ କଲେ 60 କିମି ପର୍ଯ୍ୟନ୍ତ ଗତି କରିପାରିବ ବୋଲି କମ୍ପାନୀ ସୂଚନା ଦେଇଛି । ଗାଡ଼ି ଚାଳନାରେ ସ୍ପିଡ଼ କଣ୍ଟ୍ରୋଲ ପାଇଁ ଇଲେକ୍ଟ୍ରୋନିକ ଚୋପର କଣ୍ଟ୍ରୋଲର ମଧ୍ୟ ବ୍ୟବସ୍ଥା କରାଯାଇଛି ।
ତେବେ ଏହି ଗାଡ଼ିର ବ୍ୟାଟେରି ପୁରା ଚାର୍ଜ କରିବା ପାଇଁ ପାଖାପାଖି 7 ରୁ 8 ଘଣ୍ଟା ସମୟ ଲାଗିବ ।

ରେଭା
ରେଭା ହେଉଛି ବିଶ୍ବର ପ୍ରଥମ ଇଲେକ୍ଟ୍ରିକ କାର । ଯାହାର ଜନ୍ମ ଭାରତରେ ହୋଇଥିଲେ ମଧ୍ୟ ବିଶ୍ବର 26ଟି ରାଷ୍ଟ୍ରର ରାଜପଥରେ ଦେଖିବାକୁ ମିଳିଥିଲା । ଏହି ଗାଡ଼ିକୁ ମହିନ୍ଦ୍ରା କମ୍ପାନୀ ଦ୍ବାରା ବେଙ୍ଗାଲୁରୁରେ ନିର୍ମାଣ କରାଯାଇଥିଲା । ତେବେ ରେଭାର ବ୍ୟବସାୟିକ ପ୍ରଚାର ଓ ବୃଦ୍ଧି ପାଇଁ ମହିନ୍ଦ୍ରା କମ୍ପାନୀ ଦାୟିତ୍ବ ନେଇଥିଲା । ଏହି ଗାଡ଼ିର ନାମ ମହିନ୍ଦ୍ର e2o ରଖିଥିଲା ।

Intro:Body:

FIRST ELECTRIC CAR IN INDIA

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.