ETV Bharat / bharat

ମହାକାଶରେ ପ୍ରଥମ ଅପରାଧ, ତଦନ୍ତ କରୁଛି ନାସା - ମହାକାଶରେ ଅପରାଧ

ମହାକାଶରେ ପ୍ରଥମ ଅପରାଧ । ବେଆଇନ ଭାବେ ଇଣ୍ଟରନେଟ ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି । ମହାକାଶଚାରୀ ଏନି ମେକ୍କେନଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ନାସା ।

ଡିଜାଇନ ଫଟୋ
author img

By

Published : Aug 25, 2019, 12:17 PM IST

ୱାଶିଂଟନ: ମହାକାଶରେ ଅପରାଧ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଏକ ଘଟଣା ସତରେ ଘଟିଛି । ଆଉ ଜଣେ ମହାକାଶଚାରୀଙ୍କ ବିରୋଧରେ ନାସା ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।

ମହାକାଶଚାରୀ ଏନି ମେକ୍ଲେନ ନାମରେ ଏଭଳି ଅଭିଯୋଗ ଆସିଛି । ସେ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନରେ ଥିବା ସମୟରେ ଇଣ୍ଟରନେଟର ବ୍ୟବହାର କରିଥିଲେ । ଏନି ତାଙ୍କ ପୂର୍ବତନ ସ୍ବାମୀଙ୍କ ବ୍ୟାଙ୍କ ଆକାଉଣ୍ଟ ବେଆଇନ ଭାବେ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ଏହି ଘଟଣାର ଯାଞ୍ଚ କରୁଛି ନାସା । ତେବେ ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରିଥିବା ନେଇ ଏନି ସ୍ବୀକାର କରିବା ସହ କୌଣସି ଭୁଲ କାମ କରିନଥିବା କହିଛନ୍ତି ।

ଏନେଇ ନାସାର ଅଫିସ୍ ଅଫ ଇନିସପେକ୍ଟର ଜେନେରାଲ କହିଛନ୍ତି, ଏହି ମାମଲାର ଯାଞ୍ଚ ପାଇଁ ଉଭୟ ପକ୍ଷ ସହ ସଂପର୍କ କରାଯାଇଛି । ଯଦି ଏହି ଅପରାଧ ସାବ୍ୟସ୍ତ ହୁଏ ତେବେ ଏହା ମହାକାଶରେ ପ୍ରଥମ ଅପରାଧ ହେବ । ରୋଚକ କଥା ହେଉଛି, ମହାକାଶରେ କିଏ ଯଦି ଅପରାଧ କରେ, ସେ ପୃଥିବୀରେ ଲାଗୁ ହେଉଥିବା ଆଇନ ଅନୁସାରେ ଦଣ୍ଡିତ ହେବେ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.