ETV Bharat / bharat

ହିମାଚଳପ୍ରଦେଶ କୋରୋନା ଟିକା କମ୍ପାନୀରେ ଅଗ୍ନିକାଣ୍ଡ

author img

By

Published : Dec 29, 2020, 7:42 PM IST

ହିମାଚଳପ୍ରଦେଶରେ ଏକ କୋରୋନା ଟିକା କମ୍ପାନୀରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କା ନଷ୍ଟ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

Fire caught in corona vaccine company in Baddi
ହିମାଚଳପ୍ରଦେଶ କୋରୋନା ଟିକା କମ୍ପାନୀରେ ଅଗ୍ନିକାଣ୍ଡ

ସିମଲା: ହିମାଚଳପ୍ରଦେଶର ସୋଲନ ଜିଲ୍ଲାର ବଦ୍ଦି ଅଞ୍ଚଳରେ ଥିବା କୋରୋନା ଟିକା କମ୍ପାନୀରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିବାରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ତେବେ ଏହି ଅଗ୍ନିକାଣ୍ଡ ସର୍ଟ ସର୍କିଟ ଯୋଗୁଁ ଘଟିଥିବାବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ବଦ୍ଦି ଅଞ୍ଚଳରେ ଥିବା ପନୋଶିୟା ବାୟୋଟିକ କମ୍ପାନୀରେ ସକାଳ 11ଟାରେ ନିଆଁ ଲାଗିବା ପରେ କମ୍ପାନୀ ଫାୟାର ସିଷ୍ଟମ ଜରିଆରେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲା । କିନ୍ତୁ ନିଆଁ ବ୍ୟାପିବା ଦେଖି ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା । ତେବେ ଖବର ପାଇବା ମାତ୍ରେ ଅଗ୍ନିଶମ ବିଭାଗର ଅଧିକାରୀ କୁଲଦୀପ ଠାକୁରଙ୍କ ନେତୃତ୍ବରେ ଅନ୍ୟ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଥିଲେ ।

ତେବେ ପ୍ରାୟ 1 ଘଣ୍ଟା ପରେ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ । ଏହି ଅଗ୍ନିକାଣ୍ଡରେ କମ୍ପାନୀର କିଛି ଯନ୍ତ୍ରପାତି ଜଳି ଯାଇଥିବାବେଳେ ପ୍ରାୟ 5 ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅଗ୍ନିଶମ ବିଭାଗର ଅଧିକାରୀ କୁଲଦୀପ ଠାକୁର କହିଛନ୍ତି । ତେବେ ସଠିକ୍‌ ସମୟରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ଫଳରେ ପ୍ରାୟ 5 କୋଟି ମୂଲ୍ୟର ସମ୍ପତ୍ତି ନଷ୍ଟ ହେବାରୁ ବଞ୍ଚି ଯାଇଥିବା ଅଧିକାରୀ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.