ETV Bharat / bharat

ମୁମ୍ବାଇରେ ଫାୟାର ବ୍ରିଗେଡ୍ ମୁଖ୍ୟାଳୟ ସିଲ୍, ବରିଷ୍ଠ ଅଧିକାରୀ କୋରୋନା ପଜେଟିଭ - Senior officer test corona positive

ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ ଡାକ୍ତର, ନର୍ସ ଏବଂ ପୋଲିସ ପରେ ମୁମ୍ବାଇ ଅଗ୍ନିଶମ ବିଭାଗର ଜଣେ ବରିଷ୍ଠ ଅଧିକାରୀ ବର୍ତ୍ତମାନ କୋରୋନା ସଂକ୍ରମିତ ହୋଇଛନ୍ତି । ଏହି କାରଣରୁ ମୁମ୍ବାଇ ଅଗ୍ନିଶମ ବିଭାଗର ମୁଖ୍ୟାଳୟକୁ ସିଲ୍ କରାଯାଇଛି। ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Apr 16, 2020, 5:28 PM IST

ମୁମ୍ବାଇ : ଦେଶରେ କ୍ରମାଗତ ଭାବରେ କୋରୋନା ସଂକ୍ରମଣ ରିପୋର୍ଟ ବୃଦ୍ଧି ପାଇବାରେ ଲାଗୁଛି । ମହାରାଷ୍ଟ୍ର ଦେଶର ସର୍ବାଧିକ କୋଭିଡ-19 ଦ୍ବାରା ପ୍ରଭାବିତ । ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ ରୋଗୀମାନେ ବୃଦ୍ଧି ପାଉଥିବାବେଳେ କୋରୋନା ଲଢେଇର ଆଗଧାଡିର ଯୋଦ୍ଧା ମାନେ ସଂକ୍ରମିତ ଏବେ ଚିନ୍ତାଜନକ ପାଲଟିଛି । ଡାକ୍ତର, ନର୍ସ ଏବଂ ପୋଲିସ ପରେ ମୁମ୍ବାଇ ଅଗ୍ନିଶମ ବିଭାଗର ଜଣେ ବରିଷ୍ଠ ଅଧିକାରୀ ବର୍ତ୍ତମାନ କୋରୋନା ସଂକ୍ରମିତ ହୋଇଛନ୍ତି । ଏହି କାରଣରୁ ମୁମ୍ବାଇ ଅଗ୍ନିଶମ ବିଭାଗର ମୁଖ୍ୟାଳୟକୁ ସିଲ୍ କରାଯାଇଛି।

ଅଗ୍ନିଶମ ବିଭାଗର ଡେପୁଟି ଅଗ୍ନିଶମ ଅଧିକାରୀମାନେ କୋରୋନା ସଂକ୍ରମଣ ସମ୍ପର୍କରେ ଜଣାଇଛନ୍ତି । ବରିଷ୍ଠ ଅଧିକାରୀ କୋରୋନା ସଂକ୍ରମିତ ସୂଚନା ପରେ ରେ ଅଗ୍ନିଶମ ଅଧିକାରୀ ଏବଂ ପରିବାର ସଦସ୍ୟ ଯେଉଁମାନେ ଏହି ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ସେମାନଙ୍କୁ ପରୀକ୍ଷା କରାଯାଇଛି।

ଏହି ଅଧିକାରୀଙ୍କ ସହ ଆସିଥିବା ଦୁଇଜଣ ଅଧିକାରୀଙ୍କୁ ମଧ୍ୟ କ୍ବାରେଣ୍ଟାଇନ କରାଯାଇଛି। ମୁମ୍ବାଇ ଅଗ୍ନିଶମ ବିଭାଗର ଦୁଇ ମହଲା ମୁଖ୍ୟାଳୟକୁ ସିଲ୍ କରାଯାଇଛି। ଅଗ୍ନିଶମ ବିଭାଗର ଅଧିକାରୀ ପ୍ରଭାତ ରହଙ୍ଗଡାଲେ କହିଛନ୍ତି ଯେ, ଏହି ଘଟଣା ପରେ ଅଗ୍ନିଶମ ବିଭାଗର ଅଧିକାରୀଙ୍କ ମନୋବଳ ହ୍ରାସ ପାଇନାହିଁ ।

ବର୍ତ୍ତମାନ ମୁମ୍ବାଇରେ ପ୍ରତିଦିନ କୋରୋନା ସଂକ୍ରମଣ ରିପୋର୍ଟ ବୃଦ୍ଧି ପାଇବାରେ ଲାଗୁଛି । ଅନ୍ୟପଟେ ସହରରେ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖୁଥିବା ତଥା କୋରୋନା ଲଢେଇର ଆଗଧାଡିରେ ଥିବା ଡାକ୍ତର, ନର୍ସ, ସଫେଇ କର୍ମଚାରୀ, ପୋଲିସ୍ ବର୍ତ୍ତମାନ ସୁଦ୍ଧା କୋରୋନା କବଳରେ କବଳିତ ରହିଛନ୍ତି ।

ବ୍ୟୁରୋ ଇନପୁଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.