ETV Bharat / bharat

ପୁଣି ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁଲିଭା କାର୍ଯ୍ୟରେ 27 ଅଗ୍ନିଶମ ବିଭାଗ - ପୁଣି ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ

ବିଳମ୍ବିତ ରାତିରେ ଦିଲ୍ଲୀର ଓଖଲା ଅଞ୍ଚଳରେ ଅଗ୍ନିକାଣ୍ଡ । ସେପଟେ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି । ଅଧିକ ପଢନ୍ତୁ...

ପୁଣି ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ
ପୁଣି ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ
author img

By

Published : Feb 7, 2021, 10:05 AM IST

Updated : Feb 7, 2021, 10:58 AM IST

ନୂଆଦିଲ୍ଲୀ: ପୁଣି ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ଓଖଲା ଫେଜ-2 ସଞ୍ଜୟ କଲୋନୀର ଏକ କପଡା ଦୋକାନରେ ଲାଗିଥିଲା ନିଆଁ । ସେପଟେ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ କୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି ।

ସେପଟେ, ନିଆଁ ଏତେ ଭୟଙ୍କର ଥିଲା ଯେ, ଦେଖୁ ଦେଖୁ 20 ରୁ 22 ଟି ବସ୍ତି ଘର ଜଳିପଡି ପାଉଁଶ ହୋଇଯାଇଛି । ଏହା ସହିତ ନିକଟରେ ଥିବା ଏକ ଟ୍ରକରେ ମଧ୍ୟ ନିଆଁ ଲାଗି ଜଳି ଯାଇଛି ।

ପୁଣି ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ

ଡିଭିଜନାଲ ଫାୟାର ଅଫିସର ଏସ.କେ ଦୁଆଙ୍କ ଅନୁସାରେ, ବିଳମ୍ବିତ ରାତି 2 ଟା ସମୟରେ ଏକ ଫୋନ ଆସିଥିଲା । ଖବର ପାଇବା ପରେ ତୁରନ୍ତ ନିଆଁକୁ ଆୟତ୍ତ କରିବାକୁ ଘଟଣାସ୍ଥଳକୁ 27 ଟି ଅଗ୍ନିଶମ ଟିମ ପହଞ୍ଚାଯାଇଥିଲା । ଦୀର୍ଘ ସମୟରେ ପ୍ରଚେଷ୍ଠା ପରେ ନିଆଁକୁ କାବୁ କରାଯାଇଥିଲା । ହେଲେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଏଥରେ କୌଣସି ମୃତାହତର ସୂଚନା ନାହିଁ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 7, 2021, 10:58 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.