ETV Bharat / bharat

ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବିରୋଧରେ ମାମଲା ରୁଜୁ - କମଲ ନାଥଙ୍କ ବିରୋଧରେ ମାମଲା ରୁଜୁ

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ବିରୋଧରେ ମାମଲା ରୁଜୁ । କମଲନାଥଙ୍କ ସମେତ ଅନ୍ୟ 8 ଜଣଙ୍କ ବିରୋଧରେ ମଧ୍ୟ ମାମଲା ଦାୟର ହୋଇଛି । ଅଧିକ ପଢନ୍ତୁ...

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ବିରୋଧରେ ମାମଲା ରୁଜୁ

author img

By

Published : Oct 7, 2020, 10:32 AM IST

ଭୋପାଳ:ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ନାଁରେ ମାମଲା ରୁଜୁ । କମଲନାଥଙ୍କ ସମେତ ଅନ୍ୟ 8 ଜଣଙ୍କ ବିରୋଧରେ ଏତଲା ଦିଆଯାଇଛି । କୋଭିଡ-19 ପରିଚାଳନା ଉଲ୍ଲଙ୍ଘନ ଅଭିଯୋଗରେ ବିପର୍ଯ୍ୟୟ ପରିଚାଳନା ଆଇନ ଅଧିନରେ ଅନ୍ୟାନ୍ୟ ମାମଲା ଦାୟର ହୋଇଛି ।

ଗତ ସୋମବାର ସବ-ଡିବିଜନାଲ ମାଜିଷ୍ଟ୍ରେଟ(ଏସଡିଏମ) ପକ୍ଷରୁ ଏକ ଲିଖିତ ଅଭିଯୋଗ ଆଧାରରେ କମଲନାଥ ଏବଂ ଅନ୍ୟ 8 ଜଣଙ୍କ ବିରୋଧରେ ଦାଟିଆ ଜିଲ୍ଲାର ଭଣ୍ଡର ପୋଲିସ ଷ୍ଟେସନରେ ଏଫଆଇଆର ରୁଜୁ ହୋଇଛି ।

ଅଭିଯୋଗ ଅନୁସାରେ, ଆବେଦନକାରୀ ନହର ସିଂ ଯାଦବ, ଜିଲ୍ଲା କଂଗ୍ରେସ ମୁଖ୍ୟ ଅକ୍ଟୋବର 5 ରେ ଭଣ୍ଡାରର ମାଣ୍ଡି ପରିସରରେ ଏକ ବୈଠକ ଆୟୋଜନ ପାଇଁ ଅନୁମତି ମାଗିଥିଲେ । କୋଭିଡ ଗାଇଡଲାଇନ ସହ ଏହି ସମାବେଶରେ 100 ଜଣଙ୍କୁ ଅନୁମତି ଦିଆଯାଇଥିଲା । ତେବେ ସେଠାରେ କମଲନାଥଙ୍କ ପାର୍ଟି ପକ୍ଷରୁ ନିର୍ବାଚନୀ ବୈଠକ ଅନୁଷ୍ଠିତ ହୋଇଥିଲା । କୋଭିଡ ନିୟମକୁ ଖାତିର ନ କରି 2 ହଜାରରୁ 2500 ଲୋକ ଯୋଗ ଦେଇଥିଲେ । ଯାହା କୋଭିଡ ନିୟମ ଓ 144 ଧାରାକୁ ଉଲ୍ଲଙ୍ଘନ କରିଛନ୍ତି ।

ମଧ୍ୟପ୍ରଦେଶର 28 ଟି ବିଧାନସଭା ଆସନରେ ମତଦାନ ନଭେମ୍ବର 3 ରେ ହେବ ଏବଂ ଫଳାଫଳ ନଭେମ୍ବର 10 ରେ ଘୋଷଣା କରାଯିବ ବୋଲି ଭାରତର ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି ଅକ୍ଟୋବର 16 । ନାମାଙ୍କନପତ୍ରର ଯାଞ୍ଚ ପରଦିନ ଅନୁଷ୍ଠିତ ହେବ, ଉପନିର୍ବାଚନ ସୂଚୀ ଅନୁଯାୟୀ ଅକ୍ଟୋବର 19 ସୁଦ୍ଧା ନାମାଙ୍କନପତ୍ର ପ୍ରତ୍ୟାହାର କରାଯାଇପାରିବ ।

ମାର୍ଚ୍ଚରେ 22 ଜଣ କଂଗ୍ରେସ ବିଧାୟକ ରାଜ୍ୟସଭାରୁ ଇସ୍ତଫା ଦେବା ପରେ ବିଜେପିର ଶିବରାଜ ସିଂ ଚୌହାନ ଚତୁର୍ଥ ଥର ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.