ନୂଆଦିଲ୍ଲୀ: ଦିଲ୍ଲୀର ଶାହା ଜମାଲ ଅଞ୍ଚଳରେ ଗୁରୁବାର ହୋଇଥିବା ସିଏଏ ବିକ୍ଷୋଭରେ ସାମିଲ ହୋଇଥିବା 150 ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ମାମଲା ରୁଜୁ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଆଲିଗଡ ମୁସଲିମ ବିଶ୍ବବିଦ୍ୟାଳୟ ଓ ଜାମିଆମିଲିୟା ଇସଲାମିଆ ବିଶ୍ବବିଦ୍ୟାଳୟର ଛାତ୍ର ରହିଥିବା ଜଣାପଡିଛି ।
ଗୁରୁବାର ଶାହା ଜମାଲ ଅଞ୍ଚଳରେ 144 ଧାରା ଲାଗୁ କରାଯାଇଥିବା ବେଳେ ସେଠାରେ ବିକ୍ଷୋଭ କରାଯାଇଥିଲା । 144 ଧାରା ଅନୁସାରେ ସେ ସ୍ଥାନରେ 4 ଜଣରୁ ଅଧିକ ଏକାଠି ହୋଇପାରିବେ ନାହିଁ । ହେଲେ ସେଠାରେ ଶତାଧିକ ଲୋକ ବିକ୍ଷୋଭ କରୁଥିବା ଦେଖିବାକୁ ମିଳିଥିଲା । ଯାହା ଫଳରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।