ETV Bharat / bharat

କୋଭିଡ ନିୟମ ଭାଙ୍ଗିବା ପରେ ବିଜେପି ରାଜ୍ୟ ସଭାପତିଙ୍କ ନାଁରେ ମାମଲା ରୁଜ୍ଜୁ - ମହାମାରୀ କୋରୋନା

ବିନା ଅନୁମତିରେ ଅନ୍ତିମ ସଂସ୍କାରରେ ଶତାଧିକ ଏକାଠି ହେବା ନେଇ ବିଜେପି ରାଜ୍ୟ ସଭାପତି ଦିଲୀପ ଘୋଷ ଏବଂ ଅନ୍ୟ ନେତାଙ୍କ ବିରୋଧରେ ମାମଲା ରୁଜ୍ଜୁ । ଅନେକଙ୍କୁ ମଧ୍ୟ ମାସ୍କ ବିନା ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ...

କୋଭିଡ୍ ନିୟମ ଭାଙ୍ଗିବା ନେଇ ବିଜେପି ରାଜ୍ୟ ସଭାପତିଙ୍କ ନାରେ ମାମଲା ରୁଜ୍ଜୁ

author img

By

Published : Jun 23, 2020, 3:32 PM IST

କୋଲକାତା: ସାରାବିଶ୍ବରେ ବ୍ୟାପିଥିବା ମହାମାରୀ କୋରୋନା ପାଇଁ ସାମାଜିକ ଦୂରତ୍ବ ଏବଂ ମାସ୍କ ପିନ୍ଧିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । କିନ୍ତୁ ବିନା ଅନୁମତିରେ ଅନ୍ତିମ ସଂସ୍କାରରେ ଶତାଧିକ ଏକାଠି ହେବା ନେଇ ବିଜେପି ରାଜ୍ୟ ସଭାପତି ଦିଲୀପ ଘୋଷ ଏବଂ ଅନ୍ୟ ନେତାଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି ।

ତେବେ ଦଳର କର୍ମୀ ପୱନ ଜନଙ୍କୁ ଶେଷ ସମ୍ମାନ ଜଣାଇବା ପାଇଁ ଜୁନ୍ 20 ରେ ଦଳର ସୁଭାଷ ନାଗର କାର୍ଯ୍ୟାଳୟରେ ଏକାଠି ହୋଇଥିଲେ । ଏନେଇ ଦିଲୀପ ଘୋଷ, ରାଜ୍ୟ ମହାସଚିବ ସାୟନ୍ତନ ବୋଷ, ସାଂସଦ ପୁରଲିୟା ଜ୍ୟୋତିର୍ମୟ ମାହତୋ, ମିଦାନପୁର ବିଜେପି ସଭାପତି ସମିତ ଦାସ, ଅନ୍ୟ ନେତା ତଥା ପ୍ରାୟ 120 ରୁ 150 ଜଣ ଅଜ୍ଞାତ ବିଜେପି ସମର୍ଥକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ମିଦାନପୁର କୋଟୱାଲୀ ପିଏସ ପୋଲିସ ଦେଇଥିବା ଅଭିଯୋଗରେ ଏହା ଲେଖାଯାଇଛି ଯେ ବିଜେପି କର୍ମୀମାନେ କୌଣସି ଆଇନଗତ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ନେଇନାହାଁନ୍ତି ଏବଂ ଅନେକଙ୍କୁ ମାସ୍କ ବିନା ଦେଖିବାକୁ ମିଳିଥିଲା । ଏହା ସହ ସେମାନେ ସହରରେ ଏକ ମୋଟର ସାଇକେଲ ରାଲି ମଧ୍ୟ କରିଥିଲେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.