ETV Bharat / bharat

ପୁଣି ଧର୍ମୀୟ ଭାବନା ସହ ଖେଳିଲା ଉଦ୍ଧତ ଆମାଜନ - ଟଏଲେଟ ସିଟରେ ସ୍ବର୍ଣ୍ଣ ମନ୍ଦିର

ପୁଣି ଆମାଜନ ବିରୋଧରେ ମାମଲା ରୁଜୁ । ଟଏଲେଟ ସିଟ କଭରରେ ସ୍ବର୍ଣ୍ଣ ମନ୍ଦିର ଫଟୋ ରଖି ଆମେରିକା ସାଇଟରେ ବିକ୍ରି କରୁଥିବାରୁ ଆମାଜନ ବିରୋଧରେ ଆଇପିସି ଧାରା 153A  ଆଧାରରେ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ ।

FIR against amazon
ଉଦ୍ଧତ ଆମାଜନ, ପୁଣି ଲୋକଙ୍କ ଧର୍ମୀୟ ଭାବନା ସହ ଖେଳ
author img

By

Published : Jan 12, 2020, 1:37 PM IST

ନୂଆଦିଲ୍ଲୀ: ପୁଣି ଲୋକଙ୍କ ଧର୍ମୀୟ ଭାବନା ସହ ଖେଳିଲା ଅନଲାଇନ ସପିଂ ସାଇଟ ଆମାଜନ। ଟଏଲେଟ ସିଟ କଭରରେ ସ୍ବର୍ଣ୍ଣ ମନ୍ଦିର ଫଟୋ ରଖି ଆମେରିକା ସାଇଟରେ ବିକ୍ରି କରୁଥିବାରୁ ଦିଲ୍ଲୀ ପୋଲିସ ଆମାଜନ ବିରୋଧରେ ଆଇପିସି ଧାରା 153A ଆଧାରରେ ମାମଲା ରୁଜୁ କରିଥିବା ଜଣାପଡିଛି ।

ଉଦ୍ଧତ ଆମାଜନ, ପୁଣି ଲୋକଙ୍କ ଧର୍ମୀୟ ଭାବନା ସହ ଖେଳ
ଦିଲ୍ଲୀ ଶିଖ ଗୁରୁଦ୍ବାରା ପରିଚାଳନା କମିଟି ସଭାପତି ମନଞ୍ଜିନ୍ଦର ସିଂ ଆମାଜନ ବିରୋଧରେ ମାମଲା ରୁଜୁ କରିଛନ୍ତି । ମନଞ୍ଜିନ୍ଦର ସିଂ କହିଛନ୍ତି ଯେ ବାରମ୍ବାର ଆମାଜନ ଲୋକଙ୍କ ଧର୍ମୀୟ ଭାବନା ସହ ଖେଳୁଛି । ଏପରି କରିବା ଦ୍ବାରା ଦେଶରେ ସାମ୍ପ୍ରଦାୟିକ ଦ୍ବନ୍ଦ ଦେଖାଯିବା ନେଇ ସମ୍ଭାବନା ରହିଛି । ସେଥିପାଇଁ ଏହି କମ୍ପାନୀ ବିରୋଧରେ ତୁରନ୍ତ କିଛି କଡା ପଦକ୍ଷେପ ନେବା ଜରୁରୀ ବୋଲି ସେ କହିଛନ୍ତି ।

ଏଠାରେ ସୂଚନା ଥାଉ ଯେ, ପୂର୍ବରୁ ଆମାଜନ ହିନ୍ଦୁ ଭଗବାନଙ୍କ ଚିତ୍ରକୁ ଟଏଲେଟ ପେପରରେ ଛାପି ଆମେରିକା ୱେବସାଇଟରେ ବିକ୍ରି କରୁଥିଲା । ଯେଉଁଥିପାଇଁ ଭାରତୀୟ ଦଣ୍ଡ ବିଧାନ ଆଇନ 153A ଧାରା ଅନୁଯାୟୀ ଆମାଜନ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଏହାସହ ହିନ୍ଦୁ ଦେବାଦେବୀଙ୍କ ଫଟୋ ଛପା ପାପୋଛ, ଜୋତା ଅନଲାଇନରେ ବିକ୍ରି କରୁଥିଲା। ଯାହାକୁ ନେଇ ସୋସିଆଲ ମିଡିଆ ୟୁଜରମାନେ ଆମାଜନକୁ ବୟକଟ୍ କରିବା ପାଇଁ କ୍ୟାମ୍ପେନ କରିଥିଲେ । ତେବେ ବାରମ୍ବାର ଆମାଜନ ଏପରି କରୁଥିବା ହେତୁ ୟୁଜର୍ସଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

Intro:Body:Compliant against online sale company for hurting sikh sentiments

Delhi Sikh Gurdwara management committee has submitted a complaint against 'Amazon' for hurting sikh sentiments. As per Dsgmc company is selling toilet mats with Golden Temple picture. Golden temple is holy sikh shrine. As per Dsgmc chief Manjinder Sirsa company has done this earlier also and had apologised. It seems like company is doing it intentionally. A copy of complaint is submitted with Parliament Street Police Station. Conclusion:Byte Manjinder Sirsa

President,Delhi Sikh Gurdwara Management Committee
Complaint copy
Amazon advt screenshot
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.