ETV Bharat / bharat

ସଭାମଝିରେ ବିଧାୟକଙ୍କୁ ଜୋତାରେ ପିଟିଲେ ବିଜେପି ସାଂସଦ

ବିଜେପି ସାଂସଦ ଶରଦ ତ୍ରିପାଠୀଙ୍କ ଜୋତା ମାଡ ଖାଇଛନ୍ତି ବିଧାୟକ ରାକେଶ ସିଂ ବାଘେଲା । ସାଂସଦ ଜଣକ କ୍ରମାଗତ ବିଧାୟକ ଜଣକଙ୍କୁ ଚପଲରେ ପିଟୁଥିବା ଦେଖିବାକୁ ମିଳିଛି । ଥରେ ଦୁଇ ଥର ନୁହେଁ କ୍ରମାଗତ ୭ଥର ସାଂସଦ ଜଣକ ବିଧାୟକଙ୍କୁ ଚପଲରେ ପିଟିଛନ୍ତି । ଜବାବରେ ବିଧାୟକ ରାକେଶ ସିଂ ବାଘେଲ ମଧ୍ୟ ସାଂସଦଙ୍କୁ ଚାପୁଡା ମାରିଛନ୍ତି ।

author img

By

Published : Mar 6, 2019, 11:01 PM IST

ଫାଇଲ ଫଟୋ

ସନ୍ଥକବୀର ନଗର: ସାଂସଦ ଭୁଲିଗଲେ ହିତାହତ ଜ୍ଞାନ । ସଭାମଝିରେ ବଳ କଷାକଷି ହେଲେ ବିଜେପିର ଦୁଇ ନେତା । ପରିସ୍ଥିତି ଏପରି ହୋଇଥିଲା ଯେ, ବିଧାୟକଙ୍କୁ ଜୋତାରେ ମାରିଛନ୍ତି ସାଂସଦ । ଏହାର ପ୍ରତିଜବାବରେ ବିଧାୟକ ଜଣକ ମଧ୍ୟ ସାଂସଦଙ୍କୁ ଏକ ଶକ୍ତ ଚାପୁଡା ମାରିଛନ୍ତି । ଏପରି ଏକ ଲଜ୍ଜାଜନକ ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ସନ୍ଥକବୀର ନଗର ସ୍ଥିତ ଜିଲ୍ଲାପାଳଙ୍କ ସଭାଗୃହରେ ।

ଫାଇଲ ଭିଡିଓ
ବିଜେପି ସାଂସଦ ଶରଦ ତ୍ରିପାଠୀଙ୍କ ଜୋତା ମାଡ ଖାଇଛନ୍ତି ବିଧାୟକ ରାକେଶ ସିଂ ବାଘେଲା । ସାଂସଦ ଜଣକ କ୍ରମାଗତ ବିଧାୟକ ଜଣକଙ୍କୁ ଚପଲରେ ପିଟୁଥିବା ଦେଖିବାକୁ ମିଳିଛି । ଥରେ ଦୁଇ ଥର ନୁହେଁ କ୍ରମାଗତ ୭ଥର ସାଂସଦ ଜଣକ ବିଧାୟକଙ୍କୁ ଚପଲରେ ପିଟିଛନ୍ତି । ଜବାବରେ ବିଧାୟକ ରାକେଶ ସିଂ ବାଘେଲ ମଧ୍ୟ ସାଂସଦଙ୍କୁ ଚାପୁଡା ମାରିଛନ୍ତି ।

ସମିତି ବୈଠକରେ ବିଜେପି ପ୍ରଭାରୀ ମନ୍ତ୍ରୀ, ଜିଲ୍ଲା ଅଧିକାରୀଙ୍କ ସହ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିବା ସମୟରେ ଘଟଣାଟି ଘଟିଛି । ଶିଳାନ୍ୟାସ ପଥରରେ ନାମ ନ ରହିବାରୁ ବିଧାୟକ ଓ ସାଂସଦଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା ବୋଲି ଜଣାପଡିଛି । ପରେ ମାମଲା ଏତେ ଆଗକୁ ବଢିଥିଲା ଯେ ସେଠାରେ ଥିବା ନେତା ଓ ପ୍ରସାଶନିକ ଅଧିକାରୀ ମଧ୍ୟ ସ୍ଥିତି ସମ୍ଭାଳି ପାରିନଥିଲେ ।

Intro:Body:

4ଟି ଗୋ-ଚାଲାଣ କଣ୍ଟେନର ଜବତ

ଅନୁଗୋଳ: ବେଆଇନ ଭାବେ ନିଆଯାଉଥିବା 4ଟି ଗୋରୁ ବୋଝେଇ କଣ୍ଟେନର ଜବତ ।  ଅନୁଗୋଳ ପଞ୍ଚମହଲା ନିକଟରେ ଏହି କଣ୍ଟେନର ଜବତ ହୋଇଛି । ଏହି ଘଟଣାରେ ପୋଲିସ ପାଖାପାଖି 200ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରିଛି ।   

ସୂଚନା ଅନୁଯାୟୀ, ଏହି କଣ୍ଟେନରରେ ବିପଦସଙ୍କୁଳ ଅବସ୍ଥାରେ ଗାଇଗୋରୁଙ୍କୁ ଝୁଲାଇ ବେଆଇନ ଭାବେ ଚାଲାଣ କରାଯାଉଥିଲା ।  ଗୋରୁ ଗୁଡିକୁ ସମ୍ବଲପୁରରୁ ଭଦ୍ରକ ଅଭିମୁଖେ ବେଆଇନ ଭାବେ ନିଆଯାଉଥିଲା । ବିଶ୍ବସ୍ତ ସୁତ୍ରରୁ ଖବର ପାଇ ଅନୁଗୋଳ ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି କଣ୍ଟେନରରୁ 200ରୁ ଊର୍ଦ୍ଧ୍ବ ଗୋରୁଙ୍କୁ ଉଦ୍ଧାର କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ନ୍ୟୁଜ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.