ETV Bharat / bharat

ଭାରତୀୟଙ୍କ ପାଇଁ ଇଏମଆଇ ଅଫର ସହ ସାମସଙ୍ଗ ସ୍ମାର୍ଟ ଟିଭି ଲଞ୍ଚ

କ୍ରାଏଷ୍ଟାଲ 4କେ ଅଲଟ୍ରାଏଚଡି ଟିଭିର 43 ଇଞ୍ଚ ଭର୍ସନ ପାଇଁ 44 ହଜାର 400 ଟଙ୍କା ଦାମ୍ ରହିଛି । 50 ଇଞ୍ଚ ପାଇଁ 60 ହଜାର 900, 55 ଇଞ୍ଚ ପାଇଁ 67 ହଜାର 900 ଟଙ୍କା ରହିଛି । ଅଧିକ ପଢନ୍ତୁ...

ଭାରତୀୟଙ୍କ ପାଇଁ ଇଏମଆଇ ଅଫର ସହ ସାମସଙ୍ଗ ସ୍ମାର୍ଟ ଟିଭି ଲଞ୍ଚ
ଭାରତୀୟଙ୍କ ପାଇଁ ଇଏମଆଇ ଅଫର ସହ ସାମସଙ୍ଗ ସ୍ମାର୍ଟ ଟିଭି ଲଞ୍ଚ
author img

By

Published : Jul 9, 2020, 6:38 PM IST

ହାଇଦ୍ରାବାଦ: ଚଳିତ ବର୍ଷ ସ୍ମାର୍ଟ ଟିଭି ଲଞ୍ଚ ନେଇ ଟ୍ବିଟ୍ କରିଛି ସାମସଙ୍ଗ । 4କେ ଅଲଟ୍ରାଏଚଡି କ୍ବାଲିଟି ସହ ଭାରତୀୟ ଦର୍ଶକଙ୍କ ପାଇଁ କମ୍ପାନୀ ଆଣିଛି ଅତ୍ୟାଧୁନିକ ସ୍ମାର୍ଟ ଟିଭି । ଏଥିରେ ଇଏମଆଇ ସହ ଅନେକ ବ୍ୟାଙ୍କ ଅଫର ମଧ୍ୟ ଥିବା ଘୋଷଣା କରିଛି ସାମସଙ୍ଗ ।

କ୍ରାଏଷ୍ଟାଲ 4କେ ଅଲଟ୍ରାଏଚଡି ଟିଭିର 43 ଇଞ୍ଚ ଭର୍ସନ ପାଇଁ 44 ହଜାର 400 ଟଙ୍କା ଦାମ୍ ରହିଛି । 50 ଇଞ୍ଚ ପାଇଁ 60 ହଜାର 900, 55 ଇଞ୍ଚ ପାଇଁ 67 ହଜାର 900 ଟଙ୍କା ରହିଛି । ତେବେ 65 ଓ 75 ଇଞ୍ଚ ସବୁଠାରୁ ମହଙ୍ଗା ସ୍ମାର୍ଟ ଟିଭି ଭାବେ ଉପଲବ୍ଧ ଅଛି । ଉଭୟ ପାଇଁ ଯଥାକ୍ରମେ 1 ଲକ୍ଷ 32 ହଜାର 900 ଏବଂ 2 ଲକ୍ଷ 37 ହଜାର 900 ଟଙ୍କା ନିର୍ଦ୍ଧାରିତ କରିଛି କମ୍ପାନୀ । ସାମସଙ୍ଗର ରିଟେଲ ପାର୍ଟନର ଷ୍ଟୋରରେ ଏହିସବୁ ଇଞ୍ଚର ଟିଭି ଏବେ ଉପଲବ୍ଧ ହୋଇଛି । ଅନଲାଇନ ଡେଲିଭରୀ ଉପରେ କମ୍ପାନୀ କୌଣସି ପ୍ରକାର ସୂଚନା ଦେଇନାହିଁ । ଏଥିରେ ଦର୍ଶକ କୌଣସି ବି ଓଟିଟି ପ୍ଲାଟଫର୍ମ ସହ ଯୋଗାଯୋଗ କରିପାରିବେ ।

ସେହିପରି ଅନବକ୍ସ ମ୍ୟାଜିକ୍ 3.0ର 2ଟି ଭର୍ସନ ବାହାର କରିଛି କମ୍ପାନୀ । ଏହାର ଷ୍ଟାର୍ଟିଂ ପ୍ରାଇସ 20 ହଜାର 900ରୁ 41 ହଜାର 900 ଯାଏଁ ରହିଛି । ଏହା କେବଳ 32 ଏବଂ 43 ଇଞ୍ଚରେ ଉପଲବ୍ଧ । ଗ୍ରାହକମାନେ ମାଇଁ ସାମସଙ୍ଗ ମାଇଁ ଅଫରରେ ଏହି ସମସ୍ତ ସ୍ମାର୍ଟ ଟିଭି କିଣିପାରିବେ । ଏଥିରେ 32 ଇଞ୍ଚିଆ ସ୍ମାର୍ଟ ଟିଭି ପାଇଁ 990ରୁ ଇଏମଆଇ ଆରମ୍ଭ ହେଉଛି । ସେହିପରି 43 ଇଞ୍ଚିଆ ସ୍ମାର୍ଟ ଟିଭି ପାଇଁ 1190 ଏବଂ 49 ଇଞ୍ଚିଆ ମଡେଲ ପାଇଁ 1990 ଇଏମଆଇ ଅଫର ରହିଛି । ଏହାସହ ଏଚଡିଏଫସି, ଆଇସିଆଇସିଆଇ, ଫେଡେରାଲ, ଏସବିଆଇ ବ୍ୟାଙ୍କ ଏବଂ କାର୍ଡ ପାଇଁ ସମସ୍ତ ମଡେଲ ଉପରେ 10 ପ୍ରତିଶତ କ୍ୟାସବ୍ୟାକ୍ ଥିବା କମ୍ପାନୀ ପ୍ରକାଶ କରିଛି ।

ଏହି ସମସ୍ତ ନୂଆ ମଡେଲ 2 ବର୍ଷ ୱାରେଣ୍ଟି ସହ ଆସୁଛି । ଗୋଟିଏ ବର୍ଷ ସାଧାରଣ ଏବଂ ଅନ୍ୟ ବର୍ଷଟି ପ୍ୟାନେଲ ଉପରେ ୱାରେଣ୍ଟି । କ୍ରାଏଷ୍ଟାଲ 4କେ ଅଲଟ୍ରା ଏଚଡି ସ୍ମାର୍ଟ ଟିଭିରେ ସମସ୍ତ ପ୍ରକାର କନେକ୍ଟିଭିଟିର ସୁବିଧା ଅଛି । ବିକ୍ସବାୟ ଏବଂ ଆଲେକ୍ସା ସହ ଏଥିରେ ବ୍ଲୁଟୁଥ୍ ଓ ଭଏସ ଆସିଷ୍ଟାଣ୍ଟ ମଧ୍ୟ ରହିଛି । ଟିଭିରେ ସମସ୍ତ ପ୍ରକାର ନିୟନ୍ତ୍ରଣ ଆପଣ ନିଜ ଭଏସ୍ ଦ୍ବାରା କରିପାରିବେ । ଏଥିରେ ଅତ୍ୟାଧୁନିକ ସୁବିଧା ଦେଇଛି କମ୍ପାନୀ । ଫଳରେ ଆପଣ ଟିଭିକୁ ପର୍ସନାଲ କମ୍ପୁଟର ମୋଡ୍ ମଧ୍ୟ କରିପାରିବେ । ଏହି ସମସ୍ତ ସ୍ମାର୍ଟ ଟିଭିରେ ଦର୍ଶକ ୟୁଟ୍ୟୁବ୍, ଆମାଜନ ପ୍ରାଇମ, ନେଟଫ୍ଲିକ୍ସ, ଡିଜନୀ ପ୍ଲସ ହଟଷ୍ଟାର, ଜି5, ସୋନି ଲିଭ ଏବଂ ଭୁଟ୍ ଭଳି ଅନେକ ଓଟିଟି ପ୍ଲାଟଫର୍ମ ସହ ଯୋଡିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.