ଶ୍ରୀନଗର: ଭୟରେ ଆତ୍ମହତ୍ୟା ! ଆତ୍ମହତ୍ୟା ସ୍ଥାନରୁ ମିଳିଥିଵା ଚିଠି ବା ସୁଇସାଇଡ୍ ନୋଟ୍ ଏବଂ ମିଳିଥିବା ସିଆରପିଏଫ୍ ମୁଖପାତ୍ରଙ୍କ ସୂଚନାରେ କୌଣସି ତାଳମେଳ ନାହିଁ। କୋରୋନା ଭୟରେ ସବ୍-ଇନସପେକ୍ଟର ଆତ୍ମହତ୍ୟା କରିଛନ୍ତି ବୋଲି ମିଳିଥିବା ସ୍ବକୀୟ ଚିଠିରୁ ସ୍ପଷ୍ଟ।
ଅନ୍ୟ ପକ୍ଷରେ ସିଆରପିଏଫ୍ ମୁଖପାତ୍ର କହୁଛନ୍ତି, ଆଦୌ ମୃତକ ସବ୍-ଇନପେକ୍ଟରଙ୍କ ଟେଷ୍ଟ୍ ରିପୋର୍ଟ ହସ୍ତଗତ ହୋଇ ନାହିଁ। ସେ ନିଜଠାରେ ପଜିଟିଭ୍ ଥିବା କେମିତି ଜାଣିଲେ ଏଵଂ ଆତ୍ମହତ୍ୟା କଲେ ? ତେଵେ ଦୁଇଟି ଭିନ୍ନ ଭିନ୍ନ ତଥ୍ୟକୁ ଆଧାର କରି ପୋଲିସ୍ ତଦନ୍ତ ଚଳାଇଛି।
ଘଟଣାରୁ ପ୍ରକାଶ ଯେ, ଜମ୍ମୁ କାଶ୍ମୀର ଅନନ୍ତନାଗର ଜଣେ ସିଆରପିଏଫ୍ ଅଧିକାରୀ ଆତ୍ମହତ୍ୟା କରିଛନ୍ତି। ସେ କୋଭିଡ୍-19 ସଂକ୍ରମଣ ଭୟରେ ଆତ୍ମହତ୍ୟା କରିଥିବା କୁହାଯାଉଛି। ତେବେ ମୃତ ସିଆରପିଏଫ୍ ଜଣକ ରାଜସ୍ଥାନ ଜୈସେଲମର ବାସିନ୍ଦା। ସେ ଅନନ୍ତନାଗ ଜିଲ୍ଲାର ମତ୍ତାନ ଅଞ୍ଚଳରେ ସିଆରପିଏଫ 49 ବାଟାଲିୟନରେ କାଯ୍ୟ କରୁଥିଲେ।
ସୂଚନା ଥାଉକି, ମଙ୍ଗଳବାର ସକାଳେ ସେ ନିଜ ସର୍ଭିସ ରାଇଫଲରେ ନିଜେ ନିଜ ଉପରକୁ ଗୁଳି ଚଳାଇଥିଲେ। ସିଆରପିଏଫ୍ ସୂତ୍ରରୁ ପ୍ରକାଶ ଯେ ଘଟଣା ପରେ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲା ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।