ବେଙ୍ଗାଲୁରୁ: କର୍ଣ୍ଣାଟକ କଲବୁର୍ଗୀ ଅଞ୍ଚଳରେ ଚାଞ୍ଚଲ୍ଯ । ଜିଲ୍ଲାରେ ଜଣେ ବ୍ୟକ୍ତି ନିଜ ଦୁଇ ଛୁଆଙ୍କୁ ବିଷ ଦେବା ସହ ନିଜେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛି । ତେବେ ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ବାପା ସଞ୍ଜୀବର ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି । ମୃତ ଶିଶୁ ରୋହିତର ବୟସ 4 ବର୍ଷ ହୋଇଥିବା ବେଳେ ପ୍ରବୀଣର ବୟସ 3 ବର୍ଷ ବୋଲି ଜଣାପଡିଛି ।
ସେପଟେ ବାପା ସଞ୍ଜୀବର ଆର୍ଥିକ ସ୍ଥିତି ଖରାପ ଥିବାରୁ ସେ ନିଜେ ଆତ୍ମହତ୍ୟା ଉଦ୍ୟମ କରିବା ସହ ନିଜ ଶିଶୁଙ୍କୁ ବିଷ ପିଆଇ ଦେଇଛି । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।