ଭୋପାଳ: ହୃଦଘାତରେ ଏକ ମାତ୍ର ଯବାନ ପୁଅର ମୃତ୍ୟୁରେ ମର୍ମାହତ ପୁରା ପରିବାର । ସବୁଠାରୁ ବଡ କଥା ହେଉଛି ମୃତକଙ୍କ ଅମରାତ୍ମାର ଶାନ୍ତି ପୂର୍ବକ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ବନ୍ଧୁ ପରିଜନଙ୍କୁ 2 ଶହରୁ ଅଧିକ ଫଳ ଚାରା ପ୍ରଦାନ କରିଥିଲେ ପରିବାର ସଦସ୍ୟ । ଏହି ଘଟଣା ଦେଖିବାକୁ ମିଳିଛି ମଧ୍ୟ ପ୍ରଦେଶ ହୋସାଙ୍ଗାବାଦ ଜିଲ୍ଲାର ବଞ୍ଜରଗପୁରାର ରାଜ ଟକିଜରେ ।
ମୃତକଙ୍କ ନାମ ଅତୁଲ ଚୌରେ (ଗୋଲ୍ଡି) । ଜୁଲାଇ 5ରେ ସେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ହୃଦଘାତରେ ଅତୁଲଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ସାଙ୍ଗସାଥୀ, ବନ୍ଧୁ ଓ ପରିଜନ ଅତୁଲଙ୍କୁ ସର୍ବଦା ମନେ ରଖିବା ପାଇଁ ଜେଜେ ବାପା, ବାପା ଓ ଦାଦା ଆମ୍ବ, ଜାମୁ, ସୀତାଫଳ ଏବଂ ଅଁଳା ଆଦି 2 ଶହରୁ ଅଧିକ ଫଳ ଚାରା ଶ୍ରଦ୍ଧାଞ୍ଜଳୀ ସଭାରେ ପ୍ରଦାନ କରିଥିଲେ । ଅତୁଲଙ୍କ ପରିବାର କହିଲେ ବାପା, ମା ଓ 2ଜଣ ସାନ ଭଉଣୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ