ଅମୃତସର: ମାନସିକ ଦୁଶ୍ଚିନ୍ତା ନେଲା 4 ଜୀବନ । ନିଜ ଛୁଆକୁ ହତ୍ୟା କରିବା ପରେ ଆତ୍ମହତ୍ୟା କଲା ବାପା । ଘଟଣା ଘଟିଛି ହମିରଗଡ ଗାଁରେ ।
ବୁଧବାର ରାତିରେ ଜଣେ ବାପା ନିଜ 3 ନୀରିହ ଶିଶୁଙ୍କୁ ହତ୍ୟା କରିବା ପରେ 2 ଜଣଙ୍କ ମୃତଦେହକୁ ଖଟିଆର ଗୋଡରେ ବାନ୍ଧି ଦେଇଥିବାବେଳେ ଗୋଟିଏ ଛୁଆକୁ ପଙ୍ଖା ଥିବା ହୁକରେ ଝୁଲାଇ ଦେଇଥିଲା । ଏହା ପରେ ନିଜେ ମଧ୍ୟ ରଶି ଲଗାଇ ଆତ୍ମହତ୍ୟା କରିଥିଲା । ମୃତ ବାପା ବେଅନ୍ତ ସିଂହ ବୋଲି ଜଣାପଡିଛି ।
ସୂଚନା ରହିଛି ଯେ, ବେଅନ୍ତର ସ୍ତ୍ରୀ ମରିବା ପରେ ସେ ମାନସିକ ସ୍ତରରେ ଚିନ୍ତିତ ରହୁଥିଲା । ବୁଧବାର ରାତିରେ ନିଜ 3 ଛୁଆଙ୍କ ବେକକୁ ରଶିରେ ଚିପି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ