ETV Bharat / bharat

ଦେଢ ମାସର ଶିଶୁକୁ ଫୋପାଡି ବାପା ଗିରଫ

author img

By

Published : Jun 21, 2020, 3:41 PM IST

ଆନ୍ଧ୍ରପ୍ରଦେଶ ଅଙ୍ଗମାଲର ଜଣେ ବାପାର ଅମାନବୀୟ କାଣ୍ଡ ଦେଖିବାକୁ ମିଳିଛି । ନିଜ 54 ଦିନର ନବଜାତ ଶିଶୁ କନ୍ୟାକୁ ବାପା ଚାପୁଡା ମାରିବା ସହ ଖଟ ଉପରୁ ଫିଙ୍ଗି ଦେଇଛି । ଯାହା ଦ୍ବାରା ଶିଶୁଟିର ଅବସ୍ଥା ସଙ୍କଟାପନ୍ନ ହୋଇଛି ।

crime
ନବଜାତ ଶିଶୁକନ୍ୟାକୁ ଚାପୁଡା ମାରି ଖଟ ଉପରକୁ ଫିଙ୍ଗିଲା ବାପା

ଅମରାବତୀ: ବାପା ସାଜିଲା ରାକ୍ଷସ । ଆନ୍ଧ୍ରପ୍ରଦେଶ ଅଙ୍ଗମାଲର ଜଣେ ବାପାର ଅମାନବୀୟ କାଣ୍ଡ ଦେଖିବାକୁ ମିଳିଛି । ନିଜ 54 ଦିନର ନବଜାତ ଶିଶୁ କନ୍ୟାକୁ ବାପା ଚାପୁଡା ମାରିବା ସହ ଖଟ ଉପରକୁ ଫିଙ୍ଗି ଦେଇଛନ୍ତି । ଯାହା ଦ୍ବାରା ଶିଶୁଟିର ଅବସ୍ଥା ସଙ୍କଟାପନ୍ନ ରହିଛି ।

ଏହାପରେ ଶିଶୁଟିକୁ ଗୁରୁତର ଅବସ୍ଥାରେ ଆନ୍ଧ୍ରପ୍ରଦେଶର କୋଲେନଚେରୀ ମେଡାକାଲରେ ଭର୍ତ୍ତି କରାଯାଇଛି । ତେବେ ଶିଶୁଟିର ମାଆଙ୍କ ବିବୃତ୍ତି ଆଧାରରେ, ଶିଜୁ ଥୋମାସ ନାମକ ଅଭିଯୁକ୍ତ ବାପାକୁ ଏନେଇ ପଚରା ଉଚରା କରାଯାଇ ଗିରଫ କରାଯାଇଛି ।

ପୋଲିସର କହିବା ଅନୁଯାୟୀ, ଶିଜୁ ଥୋମାସ ରାଗୀ ସ୍ବଭାବର ଏବଂ ସେ ମଦ୍ୟପାନ କରନ୍ତି । ସେ ଶିଶୁଟି ତାଙ୍କର କି ନୁହେଁ ବୋଲି ସନ୍ଦେହ କରି ଶିଶୁଟିକୁ ମାଡ ମାରିଛନ୍ତି । ତେବେ ଶିଜୁ ଥୋମାସ ଶିଶୁଟିକୁ ଖଟ ଉପରକୁ ଫିଙ୍ଗିବା ପୂର୍ବରୁ ଦୁଇଥର ଚାପୁଡା ମାରିଥିବା ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.