ETV Bharat / bharat

ଫାରୁକଙ୍କ ବୟାନ, ଫାଶୀରେ ଝୁଲାଇ ଦେଲେ ବି ବଦଳିବନି ସକଳ୍ପ

ଧାରା 370 ପ୍ରସଙ୍ଗରେ ଫାରୁକ କହିଛନ୍ତି, ଆମ ଲଢେଇ ଜାରି ରହିବ । ଫାରୁକ ଅବଦୁଲ୍ଲା ଜୀବିତ ରହୁ କି ନରହୁ ହେଲେ ଧାରା 370କୁ ପୂନଃସ୍ଥାପନ ପାଇଁ ଲଢେଇ ଜାରି ରହିବ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ:

ଫାରୁକଙ୍କ ବୟାନ, ପାଶୀରେ ଝୁଲାଇଦେଲେ ବି ବଦଳିବନି ସକଳ୍ପ

author img

By

Published : Oct 19, 2020, 8:56 PM IST

ଶ୍ରୀନଗର: ଜମ୍ମୁ ଓ କାଶ୍ମୀର କ୍ରିକେଟ ସଂଘର କୋଷାଗାରରେ ମନିଲଣ୍ଡରିଂ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ହୋଇଛି ଜେରା । ଏହାକୁ ରାଜନୈତିକ ଷଡଯନ୍ତ୍ରର ଆଖ୍ୟା ଦେଇଛି ନ୍ୟାସନାଲ କନଫରେନ୍ସ ।

ନ୍ୟାସନାଲ କନଫରେନ୍ସର ମୁଖ୍ୟ ଫାରୁକ ଅବଦୁଲ୍ଲା କହିଛନ୍ତି, ଏହି ପ୍ରଶ୍ନ ଅନେକ ଦିନରୁ ପଚାରି ଯାଇଆସୁଛି । ଏହା କୌଣସି ନୂଆ କଥା ନୁହେଁ । ମୁଁ ଏଥିରେ ଚିନ୍ତିତ ନଥିବା ବେଳେ କୋର୍ଟ ବିଚାର କରିବେ ବୋଲି କହିଛନ୍ତି ଫାରୁକ ।

ଧାରା 370 ପ୍ରସଙ୍ଗରେ ଫାରୁକ କହିଛନ୍ତି, ଆମ ଲଢେଇ ଜାରି ରହିବ । ଫାରୁକ ଅବଦୁଲ୍ଲା ଜୀବିତ ରହୁ କି ନରହୁ ହେଲେ ଧାରା 370କୁ ପୂନଃସ୍ଥାପନ ପାଇଁ ଲଢେଇ ଜାରି ରହିବ ବୋଲି ସେ କହିଛନ୍ତି । ଫାଶୀରେ ଝୁଲାଇ ଦେଲେ ମଧ୍ୟ ସଂକଳ୍ପରେ ପରିବର୍ତ୍ତନ ହେବ ନାହିଁ ବୋଲି ପ୍ରତିକ୍ରିୟା ଦେଇଛନ୍ତି ଫାରୁକ ।

ଗତ 5 ଅଗଷ୍ଟରେ ଧାରା 370 ଉଚ୍ଛେଦ ଘୋଷଣା କରିଥିଲେ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର । ନିକଟରେ ଏହାକୁ ପ୍ରତ୍ୟାହାର ଦାବି କରି ଫାରୁକ ଅବଦୁଲ୍ଲାଙ୍କ ଦଳ ନ୍ୟାସନାଲ କନଫରେନ୍ସ ସମେତ ଘାଟିର 6ଟି ପ୍ରମୁଖ ଦଳ ଏକଜୁଟ ହୋଇଛନ୍ତି । ତେବେ ଧାରା 370କୁ ପୂନଃସ୍ଥାପନ ପାଇଁ ଏମାନେ ଗୁପକାର ଘୋଷଣା କରିଛନ୍ତି ।

2002ରୁ 2011 ମଧ୍ୟରେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ) ପକ୍ଷରୁ ଜାମ୍ମୁ ଓ କାଶ୍ମୀର କ୍ରିକେଟ ବୋର୍ଡକୁ ଦିଆଯାଇଥିବା ଅନୁଦାନରେ 43.69 କୋଟି ଟଙ୍କାର ହେରଫେର ହୋଇଥିଲା । ଏହି ମାମଲାରେ ଫାରୁକ ଅବଦୁଲ୍ଲା, ଖାନ, ମିର୍ଜା ସମେତ ମିର ମଞ୍ଜୁର ଗଜନଫର ଅଲ୍ଲୀ, ବଶୀର ଅହମଦ ମିସଗାର ଓ ଗୁଲଜାର ଅହମଦ ବେଗଙ୍କ ବିରୋଧରେ ଅଭିଯୋଗ ପତ୍ର ଦାଖଲ କରିଥିଲା ସିବିଆଇ ।

ତଦନ୍ତ ପରେ 2005-2006 ଏବଂ 2011-2012 ଆର୍ଥିକ ବର୍ଷ ମଧ୍ୟରେ 3ଟି ଭିନ୍ନ ଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଜେକେସିଏ ବିସିସିଆଇରୁ 94.06 କୋଟି ଟଙ୍କା ଅନୁଦାନ ପାଇଥିବା ଇଡି ପକ୍ଷରୁ କୁହାଯାଇଛି । ସିବିଆଇ ଏତଲା ଆଧାରରେ ଇଡି ଏହି ଘଟଣାରେ ମାମଲା ରୁଜୁ କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.