ETV Bharat / bharat

ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ଜାରି, ଆସନ୍ତା 14ରେ ହେବ ଦେଶବ୍ୟାପୀ ପ୍ରଦର୍ଶନ - ଦେଶବ୍ୟାପୀ ପ୍ରଦର୍ଶନ

ଦିଲ୍ଲୀ ସୀମାରେ କୃଷକମାନେ ଚଳାଇଥିବା ଆନ୍ଦୋଳନ 15 ଦିନରେ ପହଞ୍ଚିଛି । ଅଧିକ ପଢନ୍ତୁ...

ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ଜାରି
ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ଜାରି
author img

By

Published : Dec 10, 2020, 12:23 PM IST

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ କୃଷକମାନେ ଚଳାଇଥିବା ଆନ୍ଦୋଳନ ଜାରି ରହିଛି । 15 ଦିନରେ ଏହି ଆନ୍ଦୋଳନ ପହଞ୍ଚିଥିବାବେଳେ ଆସନ୍ତା 14 ତାରିଖରେ ଦେଶବ୍ୟାପୀ ପ୍ରଦର୍ଶନ କରାଯିବ ବୋଲି ଚାଷୀଙ୍କ ପକ୍ଷରୁ କୁହାଯାଇଛି ।

କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ଯାହାକୁ ଦେଶବ୍ୟାପୀ ସମର୍ଥନ ମିଳୁଥିବା ଦେଖିବାକୁ ମିଳୁଛି । ବିରୋଧୀ ଦଳଗୁଡିକ ଚାଷୀଙ୍କ ସପକ୍ଷରେ ବାହାରିବା ସହିତ ତିନୋଟି କୃଷି ଆଇନକୁ ସରକାର ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଛନ୍ତି ।

ଅନ୍ୟପଟେ ସରକାର ଓ ଚାଷୀଙ୍କ ମଧ୍ୟରେ ହେବାକୁ ଥିବା ଷଷ୍ଠ ପର୍ଯ୍ୟାୟ ଆଲୋଚନା ବାତିଲ ହୋଇଛି । ସରକାର ଆଇନରେ କିଛି ପରିବର୍ତ୍ତନ କରିବାକୁ ଲିଖିତ ପ୍ରସ୍ତାବ ଦେଇଥିବାବେଳେ ଏମଏସପିକୁ ଗ୍ୟାରେଣ୍ଟି କରିବାକୁ ଅଡି ବସିଛନ୍ତି ଚାଷୀ । ଯେଉଁଥିପାଇଁ ସରକାରଙ୍କ ପ୍ରସ୍ତାବକୁ ନମାନି ଷଷ୍ଠ ପର୍ଯ୍ୟାୟ ବୈଠକକୁ ବାତିଲ କରିଛନ୍ତି ।

ତେବେ ଏହାରି ମଧ୍ୟରେ କୃଷକ ନେତାମାନେ ନିଜର ଆଗାମୀ ରଣନୀତି କରିଛନ୍ତି । ଡିସେମ୍ବର 12ରେ ଜୟପୁର-ଦିଲ୍ଲୀ ରାଜପଥକୁ ଅବରୋଧ କରିବାକୁ ଯୋଜନା ହୋଇଛି । ଡିସେମ୍ବର 14 ତାରିଖରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିବେ ଚାଷୀ । ସେହିପରି ଡିସେମ୍ବର 12 ତାରିଖରେ ଟୋଲ ପ୍ଲାଜାକୁ ଫ୍ରି କରିବାକୁ ଚାଷୀ ଘୋଷଣା କରିଛନ୍ତି ।

ସୂଚନାଥାଉକି, ଡିସେମ୍ବର 8 ତାରିଖରେ ଭାରତ ବନ୍ଦ ଡାକରା ଦେଇଥିଲେ କୃଷକ ସଙ୍ଗଠନ । ଯାହାକୁ ବିଭିନ୍ନ ରାଜନୈତିକ ଦଳ ସମର୍ଥନ କରିବା ସହ ବିଭିନ୍ନ ସଙ୍ଗଠନ ମଧ୍ୟ ସମର୍ଥନ କରିଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.